ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଗ୍ନି ସଚେତନତା କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଣପୁର ଅଗ୍ନିଶମ ବିଭାଗ ଅଧିକାରୀ ବିବେକାନନ୍ଦ ଦାସଙ୍କ ନେତୃତ୍ୱରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଅଗ୍ନିଶମ ବିଭାଗର ଏକ ଟିମ୍ ବିଦ୍ୟାଳୟର ବିଦ୍ୟାଳୟର ସମସ୍ତ ଶିକ୍ଷକ , ପରିଚାଳନା କମିଟିର ସଦସ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ନି ସଚେତନତା ପଦକ୍ଷେପ ଉପରେ ସଚେତନ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜେ ନିଜକୁ ଓ ଅନ୍ୟ କୁ ରକ୍ଷା କରି ପାରିବ ସେ ସମ୍ପର୍କରେ ବିଭିନ୍ନ ଯନ୍ତ୍ରପାତି ମାଧ୍ୟମରେ କୌଶଳ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାପାତ୍ରଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ସ୍ୱାଇଁ, ଶିକ୍ଷୟତ୍ରୀ ପ୍ରମିଳା ଦେଇ, ସୁଷମା ଦାସ, ଅପରାଜିତା ମିଶ୍ର ଓ ହରଷ ଦାସ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।।

Leave a Reply

Your email address will not be published. Required fields are marked *