ବାଂଲାଦେଶରେ ଚିନ୍ମୟ ଫାଉଣ୍ଡେସନର ସାଙ୍ଗଠନିକ ଆଲୋଚନା ଚକ୍ର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ବିଶ୍ୱରେ ମାନବବାଦର ପ୍ରଚାର ପ୍ରସାର ନିମନ୍ତେ ଯାଜପୁର ଜିଲ୍ଲାର ବାବଲପୁର ଠାରେ ଗଢି ଉଠିଥିବା ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବାଙ୍ଗଲାଦେଶରେ ଆରମ୍ଭ ହୋଇଛି ସାଙ୍ଗଠନିକ ଆଲୋଚନା ଚକ୍ର । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ବାଂଲାଦେଶର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ସବୁଜ ରାମଙ୍କ ନେତୃତ୍ବରେ ଶ୍ରୀକ୍ରିଷ୍ଣ ପୁର୍ ଠାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଫାଉଣ୍ଡେସନର କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଠାରୁ ସାତ ଦିନ ଧରି ସାଂସ୍କୃତିକ ଜାଗରଣ କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମରେ ସର୍ବଧର୍ମ ସମନ୍ୱୟ ବୈଠକ ସହ ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିଆନ୍ ଆଦି ସମସ୍ତ ସମ୍ପ୍ରଦାୟର ଧର୍ମ ଗୁରୁ ତଥା ଧାର୍ମିକ ନେତୃବୃନ୍ଦ ମାନେ ଯୋଗ ଦେବା ପାଇଁ ସ୍ଥିର କରାଯାଇଛି ।

ରାଧାକୃଷ୍ଣ ବେଶ, ନନ୍ଦ ଉତ୍ସବ ସହ ବହୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ ଉକ୍ତ ବୈଠକରେ ସ୍ଥିର କରାଯାଇଛି । ଏଥିରେ ଆଲୋଚକ ଭାବରେ ପୂର୍ଣ୍ଣିମା ରାଣୀ ରବିଦାସ, କୋମୋଲି ରାଣୀ ରବିଦାସ, ଉଜ୍ଜଳା ରବିଦାସ୍, ପୋଲାସ୍ ରବିଦାସ୍, ଦୋସୁଆ ରବିଦାସ୍, ଶ୍ରୀ ମିରନ୍ ରବିଦାସ୍,ଶ୍ରୀ ସମର୍ ରବିଦାସ୍, ଲାଖନ ରବିଦାସ୍, ସୁବାଷ ରବିଦାସ୍,କେ.ସି. ଆର୍. ନିରଞ୍ଜନ ରବିଦାସ୍, ସାୱନ୍ ରବିଦାସ୍, ସୁଖ୍ରାଜ୍ ରବିଦାସ୍, ସୁଜଲ୍ ରବିଦାସ୍, ସଞ୍ଜୁ ରବିଦାସ୍, ଚନ୍ଦନ ରବିଦାସ୍, ପ୍ରିତମ୍ ରବିଦାସ୍, ସୁନିଲ୍ ରବିଦାସ୍, ସେମଲ୍ ରବିଦାସ୍, ରାଜୁ ରବିଦାସ୍, ରମଣୀ ରବିଦାସ୍, ସୃଜି ରବିଦାସ୍, ଅଞ୍ଜନା ରାଣୀ ଶିଳ୍ପୀ ରବିଦାସ୍, ରୀତା ରବିଦାସ୍,ଗୀତା ରବିଦାସ୍,ସୁମି ରବିଦାସ୍, ରୁମି ରବିଦାସ୍, ସନ୍ଧ୍ୟା ରାଣୀ ରବିଦାସ୍,ସୁରଭି ରବିଦାସ୍, ନନ୍ଦିନୀ ରାଣୀ ପ୍ରଣେତା, ବୈଶାଖୀ ରବିଦାସ୍,ସୀତା ରବିଦାସ୍,ସୁମତି ରବିଦାସ୍,ଲକି ରବିଦାସ୍, ଦିଲଦାର ରବିଦାସ୍,କୁକି ରବିଦାସ୍, ଉପନ୍ ରବିଦାସ୍, ସଞ୍ଜୀବରବିଦାସ୍, ଶ୍ରୀ ଜନ କୁମାର୍ ପୋଲାଈ ଆଦି ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *