ଆକାଂକ୍ଷା ମହିଳା ସଂଗଠନ ତରଫରୁ ରକ୍ଷା ବନ୍ଧନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଝାମି ଗ୍ରାମ କୃଷି କ୍ଷେତ୍ର ଠାରେ କୃଷକ ଭାଇ ମାନଙ୍କୁ ନେଇ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ କୃଷକ ଭାଇ ମାନଙ୍କୁ ଧୂପ, ଦୀପ, ଚନ୍ଦନ ଓ ପୁଷ୍ପ ରେ ବନ୍ଦାପନା କରାଯିବା ସହିତ ଉପଢୌକନ ଦିଆଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । କୃଷକ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ର ଶୁଭକାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅଧ୍ୟକ୍ଷତା କରି କହିଥିଲେ ଯେ , କୃଷକ ମାନେ ହେଉଛନ୍ତି ଆମ ଦେଶର ଅନ୍ନ ଦାତା । ଦେଶର ଉନ୍ନତି ଓ ପ୍ରଗତି ର ମୁଖ୍ୟ ନାୟକ ! ସେମାନଙ୍କ ର ସୁରକ୍ଷା ଆମ ସମସ୍ତଙ୍କ ର କର୍ତ୍ତବ୍ୟ । ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର କହିଥିଲେ କହିଥିଲେ ଯେ ସଂସ୍କୃତି ଓ ପରମ୍ପରା କାର୍ଯ୍ୟକ୍ରମ କୃଷକ ଭାଇ ମାନଙ୍କୁ ରାଖି ବାନ୍ଧି ଖୁସି ହେଲୁ । ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ କହିଥିଲେ ଯେ କୃଷକ ଭାଇ ମାନଙ୍କ ସହିତ ମିଶି ଆଜି ଜମିରେ ଘାସ ବାଛିବା ସହିତ କିଛି ସମୟ କୃଷି କ୍ଷେତ୍ର ରେ ବିତାଇ ଥିବାରୁ ଖୁସି ଲାଗିଲା । ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି କର୍ମୀ ପି ଉଷା ଦେବୀ ଏବଂ ଗ୍ରାମର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *