ରାହୁଲ ଗାନ୍ଧୀଙ୍କ ଐତିହାସିକ ଭାରତ ଯୋଡୋ ଯାତ୍ରା ର ଏକବର୍ଷ ପୂର୍ତ୍ତି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଅଖିଳ ଭାରତ କଂଗ୍ରେସ କମିଟି ପୁର୍ବ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ୪000 କିଲୋମିଟର ବ୍ୟାପି କନ୍ୟାକୁମାରୀ ଠାରୁ କାଶ୍ମୀର ଘାଟି ପର୍ଯ୍ୟନ୍ତ ଐତିହାସିକ ଭାରତ ଯୋଡୋ ଯାତ୍ରା ଏକବର୍ଷ ପୂର୍ତ୍ତି ଅବସରରେ ୭ ସେପ୍ଟେମ୍ବର ଗୁରୁବାର ଅପରାହ୍ନ ୫ ଘଟିକା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ ତ୍ରିନାଥ ଛକସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ, ଜାତୀୟ ସଙ୍ଗୀତ, ରାମଧୁନ ଗାନ କରାଯାଇଥିଲା l ସମ୍ପ୍ରତ୍ତି କ୍ଷମତାରେ ଅହଙ୍କାର, ଘୃଣା , ବିଦ୍ବେଷ,ଅସହିଷ୍ଣୁତା ରାଜନୀତି କରି ଅଖଣ୍ଡ ଭାରତବର୍ଷ କୁ ଖଣ୍ଡବିଖଣ୍ଡ କରି ବିଭୀଧତା ଭିତରେ ଏକତା ଭାଇଚାରା କୁ ନଷ୍ଟ କରୁଥିବା ଏକଛତ୍ରବାଦ ସରକାର ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଅହିଂସା ମନ୍ତ୍ର ନେଇ ଭାରତଯୋଡୋ ଯାତ୍ରା ର ସ୍ମୃତିଚାରଣ କରାଯାଇଥିଲା l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟବେକ୍ଷକ ପିସିସି ଉପସଭାପତି ବିଭୁତି ମିଶ୍ର, ବରିଷ୍ଠ ନେତା ହୁସେନ ଖାଁ, ଜିଲ୍ଲା ସେବାଦଳ ସଂଯୋଜକ ବିମଳ ଦାଶ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଡିସିସି ସାଧାରଣ ସମ୍ପାଦକ ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ଡିସିସି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଅମଜାଦ ଖାଁ, ଦଳୀୟ ନେତା ପୂର୍ଣ୍ଣଚନ୍ଦ୍ର ସାନ୍ତ, ଅଶୋକ କୁମାର ନାୟକ,ସେବାଦଳ କର୍ମୀ ନବକିଶୋର ସାଥୁଆଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଡୋ ଯୋଡୋ ଭାରତ ଯୋଡୋ, ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରା ଦେଇଥିଲେ l

Leave a Reply

Your email address will not be published. Required fields are marked *