ପୁରୁଣାପାଣି ଗ୍ରାମରେ ଦେଶୀ ମଦ ଜବତ – ମହିଳା ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅବକାରୀ ବିଭାଗ ପକ୍ଷରୁ ପୁରୁଣାପାଣି ଗ୍ରାମରେ ଚଢାଉ, ଦେଶୀ ମଦ ଜବତ – ମହିଳା ଗିରଫ ! ସୁକିନ୍ଦା ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଦେଶି ମଦ ଜବତ କରିବା ସହିତ ଜଣେ ମହିଳାଙ୍କୁ ଗିରଫ କରଯାଇଛି । ସୂଚନା ମୁତାବକ ପୁରୁଣାପାଣି ଗ୍ରାମରେ ଗ୍ରାମର ମହିଳା ସୁମିତ୍ରା ମୁଣ୍ଡା ଦେଶି ମଦ ବିକ୍ରି କରୁଥିବା ଜିଲ୍ଲା ଅବକାରୀ ବିଭାଗ କତୃପକ୍ଷ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ପୁରୁଣାପାଣି ଗ୍ରାମରେ ଅତର୍କିତ ଚଢ଼ାଉ କରି ସୁମିତ୍ରାଙ୍କ ଠାରୁ ଦେଶି ମଦ ଜବତ କରିବା ସହିତ ସୁମିତ୍ରାଙ୍କ ନାମରେ ମାମଲା ରୁଜ୍ଜୁ କରି ତାଙ୍କୁ ସୁକିନ୍ଦା ବିଚାର ବିଭାଗୀୟ ଅଦାଲତକୁ ପଠେଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *