ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ତିନି ଦଫା ଦାବି ନେଇ ଗୋଶାଣୀ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚମ ଦିନରେ ଧାରଣା । ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ଗୋଶାଣୀ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମାନେ ଆଜକୁ ପଂଚମ ଦିବସରେ ଧାରଣା ଦେଇଛନ୍ତି । ରାଜ୍ୟ ସଙ୍ଘ ଓ ଜିଲ୍ଲା ସଙ୍ଘର ନିର୍ଦ୍ଦେଶ କ୍ରମେ ତିନି ଦଫା ଦାବି ନେଇ ବ୍ଳକରେ ଧାରଣା ଦେଇଛନ୍ତି । ଦାବି ଗୁଡିକ ହେଲା ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, 6/ 7 ବର୍ଷ ଚୁକ୍ତି ଭିତ୍ତିକ ସିନିଆର କୁ ଗଣନା କରି ଜାତୀୟ ଇନକ୍ରିମେଣ୍ଟ ପ୍ରଦାନ ତଥା ପ୍ରମୋସନ ଦେବା, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଲାଗୁ କରିବା । ଏହି କାର୍ଯ୍ୟକ୍ରମ ରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଧାରଣା ଦେଇଥିବାର ଦେଖିବାକୁ ମିଳିଛି ।