ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲାର ସୁକିନ୍ଦାରେ ପହଞ୍ଚିଲା ବିଦ୍ୟୁତ୍ ଚାଳିତ ଟ୍ରଲର । ଏହି ଅତ୍ୟାଧୁନିକ ଟ୍ରଲର ର ୪୦ଟନ ମାଲ ପରିବହନ କରିବା ଭଳି କ୍ଷମତା ରହିଛି । ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ସହ ଇନ୍ଧନ ସଞ୍ଚୟ କରିବା ଲକ୍ଷ୍ୟରେ ଏହି ଯାନ ବଜାରକୁ ପ୍ରବେଶ କରିଥିବା ଜଣାପଡିଛି । ଯୁବ ବ୍ୟବସାୟୀ ତଥା ଏକ୍ସିମ୍ ଲଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ମୁଖ୍ୟ ହିମାଦ୍ରି କେଶରୀ ପଟ୍ଟନାୟକ ପ୍ରଥମ କରି ଓଡ଼ିଶା ବଜାରକୁ ଏହି ଗାଡ଼ି ଆଣିଛନ୍ତି । ଏହି ଯାନକୁ ଚାର୍ଜ କରିବା ପାଇଁ ୯୦ ମିନିଟ ସମୟ ଲାଗେ । ମାଲ ପରିବହନ ସମୟରେ ୧୮୦କିମି ଯିବାର କ୍ଷମତା ଥିବାବେଳେ ବିନା ବୋଝେଇରେ ୨୫୦କିମି ଯିବାର କ୍ଷମତା ରହିଛି । ଏହି ଯାନ କଳିଙ୍ଗନଗର ଟାଟା ପ୍ରକଳ୍ପରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡିଛି ।
ଓଡ଼ିଶାରେ ପ୍ରଥମ ଥର କରି ଇଲେକ୍ଟ୍ରିକ ଟ୍ରଲର !!!

