ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଘରେ ଘରେ ଆନନ୍ଦ ଉଲ୍ଲାସରେ ପାଳନ ହେଉଥିଲା ବେଳେ ଏହି ନୂଆଖାଇ ପର୍ବ ମଧ୍ୟ ପୂର୍ବ ଓଡ଼ିଶା ର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ପଞ୍ଚାୟତ କେନ୍ଦୁଲ ଠାରେ ଥିବା ମହିମା ଆଶ୍ରମ ରେ ପାଳିତ ହୋଇଯାଇଛି ! ମହିମା ଧର୍ମାବଲମ୍ବୀ ମାନେ ନୂତନ ବସ୍ତ୍ର ପରିଧାନ କରିବା ସହିତ ନୁଆ ଧାନରୁ ଚୁଡା ପ୍ରସ୍ତୁତ କରିଥିଲେ । ପରମ୍ପରା ଅନୁଯାୟୀ କାହିଁ କେଉଁ କାଳରୁ ଏହି ନୂଆଖାଇ ପର୍ବ ପାଳନ କରାଯାଉଛି । ଆଶ୍ରମ ପରିସରରେ ବ୍ରହ୍ମ ଅବଧୁତ କିଶୋର ବାବା ଏବଂ ସମସ୍ତ ମହିମା ଧର୍ମାବଲମ୍ବୀ ମାନେ ନବାନ୍ନ ପ୍ରସ୍ତୁତ କରି ପ୍ରଭୁଙ୍କୁ ଲାଗି କରିଥିଲେ । ପରେ ସମସ୍ତେ ମିଶି ନୁଆ ଚୁଡା ରେ ପ୍ରସ୍ତୁତ ନବାନ୍ନ ସେବନ କରିଥିଲେ । ଆଶ୍ରମ ରେ ସଂନ୍ଧ୍ୟା ରେ ଜଗତର ମଙ୍ଗଳ ନିମନ୍ତେ ଅଖଣ୍ଡ ଧ୍ୱନି ପକାଇଥିଲେ । ଏହି ନୂଆ ଖାଇ ଉତ୍ସବ ରେ ଅସୁରେଶ୍ଵର ଅଞ୍ଚଳ ଜନସାଧାରଣ ମାନେ ଯୋଗଦେଇ ନବାନ୍ନ ପ୍ରସାଦ ଭକ୍ଷଣ କରିବା ସହିତ ପ୍ରଭୁ କୃପା ଲାଭ କରିଥିଲେ ।
ଅସୁରେଶ୍ଵର ମହିମା ଗାଦି ରେ ନୂଆଖାଇ ପାଳନ କଲେ ଧର୍ମାବଲମ୍ବୀ !!!

