ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ ଓଏମସି ମାର୍କେଟ ସ୍ଥିତ ଚିକୁ ଭେରାଇଟି ଷ୍ଟୋରରୁ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି ଘଟଣାରେ କାଳିଆପାଣି ପୋଲିସ୍ ଜଣଙ୍କୁ ଗିରଫ କରି ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦେଇଛି । ସୂଚନା ମୁତାବକ କାଳିଆପାଣି ଥାନା ଅନ୍ତର୍ଗତ ଓଏମସି ମାର୍କେଟ ସ୍ଥିତ ରାଜେଶ ପାଣିଗ୍ରାହିଙ୍କ ଚିକୁ ଭେରାଇଟି ଷ୍ଟୋରରୁ ବିଳମ୍ବିତ ରାତିରେ ଚୋରି ଘଟଣା ଦୋକାନରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଥିଲା । ଚିକୁ ଭେରାଇଟି ଷ୍ଟୋରରୁ ଚୋରି ଘଟଣା ଭିଡିଓ ସ୍ଥାନୀୟ ଅଞ୍ଚଳରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା । ଦୋକାନ ମାଲିକ ରାଜେଶ ପାଣିଗ୍ରାହି ସ୍ଥାନୀୟ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ । କାଳିଆପାଣି ପୋଲିସ ସିସି ଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓକୁ ଭିତ୍ତି କରି ସାକ୍ଷ୍ୟ ପ୍ରମାଣ ଆଧାରରେ ବଳଦିଆପାଳ ଗ୍ରାମର ଛୋଟୁ ମହାନ୍ତଙ୍କ ପୁଅ ବିଦ୍ୟାଧର ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ଚିକୁ ଭେରାଇଟି ଷ୍ଟୋରରୁ ଚୋରି : ଥାନାରେ ଅଭିଯୋଗ, ଜଣେ ଗିରଫ !!!

