ଘର ଉପରେ ଗଛ ପଡ଼ିଲା : ଅଳ୍ପକେ ବର୍ତ୍ତିଲେ ପରିବାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ କୋଇଲ ଗ୍ରାମରେ ଏକ ଘର ଉପରେ ବଡ଼ ଗଛ ଭାଙ୍ଗି ପଡ଼ି ଘରକୁ ଚାପି ରଖିବାରୁ ସେଥିରେ ଥିବା ୬ ଜଣଙ୍କୁ ଦମକଳ ବାହୀନି ଉଦ୍ଧାର କରିଥିବା ଜଣାପଡିଛି । ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର କୋଇଲ ଗ୍ରାମ ମନମୋହନ ମହାନ୍ତଙ୍କ ଘର ନିକଟରେ ଥିବା ଏକ ବଡ଼ ଆମ୍ବ ଗଛ ଗୁରୁବାର ଦିନ ଭୋର ସମୟରେ ଘର ଉପରେ ଭାଙ୍ଗି ପଡ଼ିବାରୁ ଘର ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ଘରେ ଶୋଇଥିବା ୬ ଜଣ ସଦସ୍ୟ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିବା ଜଣାପଡିଛି । ମନମୋହନଙ୍କ ପରିବାର ଘରେ ଶୋଇଥିବା ବେଳେ ଗୁରୁବାର ଭୋର ୪ ଟା ସମୟରେ ଘର ପାଖରେ ଥିବା ଏକ ବିରାଟ ଆମ୍ବ ଗଛ ତାଙ୍କ ଘର୍ ଉପରେ ପଡ଼ି ଘର ଭାଙ୍ଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ସୁଚନା ପାଇ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ସୁକିନ୍ଦା ଦମକଳ ବାହିନୀ ସହିତ ଯୋଗାଯୋଗ କରିଥଲେ । ସୁକିନ୍ଦା ଦମକଳ ବାହୀନି ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଘର ଉପରେ ପଡ଼ି ରହିଥିବା ଗଛକୁ ଉଠାଇବା ପରେ ଭିତରେ ଥିବା ସଦସ୍ୟ ମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ମୃତ୍ୟୁ ମୁଖରୁ ସମ୍ପୂର୍ଣ୍ଣ ପରିବାର ବର୍ତ୍ତି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *