ବାଣପୁର ଥାନା ଅଞ୍ଚଳରୁ ଗଞ୍ଜେଇ ସହ ଚାଲାଣକାରୀ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବ୍ୟାପକ ନିଶା ଦ୍ରବ୍ୟ ର କାରବାର ଚାଲୁ ରହିଥିବା ବେଳେ ନିଶା ବେପାରୀ ଙ୍କୁ ଆୟତ୍ତ କରିବାରେ ପୁଲିସ ଓ ଅବକାରୀ ବିଭାଗ କୁ ଆଂଶିକ ସଫଳତା ମିଳୁଛି ! ବିଗତ ୧୦ ବର୍ଷ ମଧ୍ୟରେ ବାଣପୁର ଥାନାରେ କୌଣସି ଗଞ୍ଜେଇ ମାମଲା ନଥିଲା କିମ୍ବା କୌଣସି ଗଞ୍ଜେଇ ବେପାରୀ ଙ୍କୁ ବାଣପୁର ପୁଲିସ ଗିରଫ କରି ନଥିଲା ! କିନ୍ତୁ ଗତ କାଲି ରାତିରେ ବାଣପୁର ପୁଲିସ ଏକ ଗଞ୍ଜେଇ ଚାଲାଣକାରି କୁ ଗିରଫ କରିବା ସହ ତା ଠାରୁ ଦୁଇ କିଲୋ ଗଞ୍ଜେଇ ଏବଂ ଚଳାଉଥିବା ଆକଟିଭା କୁ ଜବତ କରିଛି ! ଘଟଣା ରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ସନ୍ଦୀଗ୍ଧ କୁ ପିଛା କରି ତାକୁ ତାର ଆକଟିଭା ସହ ବିଷ୍ଣୁଡିହ ଗ୍ରାମ ନିକଟରେ ଅଟକାଇ ଥିଲେ ! ତା ଆକଟିଭା ଡ଼ିକି ରୁ ଦୁଇ କେଜି ଗଞ୍ଜେଇ ଜବତ କରିଥିଲେ !ଚାଲାଣକାରି ଜଣକ ଭୀମପୁର ଗ୍ରାମର ବିଷ୍ଣୁନାଥ ବେହେରା ବୋଲି ଜଣା ପଡିଛି ! ବିଷ୍ଣୁନାଥ କୁ ପଚରା ଉଚରା ପରେ ଆଜି ବାଣପୁର ପୁଲିସ ଟାଙ୍ଗୀ ଥାନା ଦୀକ୍ଷିତପଡା ଗ୍ରାମର ଗଞ୍ଜେଇ ଚାଲାଣକାରି ଶେଖ ଅବଜାଲ ଅଲି କୁ ଗିରଫ କରି କେଶ ନମ୍ବର ୩୫୬/୨୩ ରେ ଏନ ଡି ପି ଏସ ଧାରା ଅନୁଯାଇ ମାମଲା ରୁଜୁ କରିଛି. ଆସନ୍ତା କାଲି ଦୁଇ ଜଣ ଗଞ୍ଜେଇ ଚାଲାଣ କାରି ଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ର ରୁ ପ୍ରକାଶ।।

Leave a Reply

Your email address will not be published. Required fields are marked *