ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାଜ୍ୟ ସରକାରଙ୍କ ପକ୍ଷରୁ ବିର୍ସାମୁଣ୍ଡା ସ୍ମାରକୀ ଗୃହରେ ପାଣି ପଞ୍ଚାୟତର ଯୋଜନା ବୈଠକ ଅନୁଷ୍ଠିତ ! ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ବିର୍ସାମୁଣ୍ଡା ସ୍ମାରକୀ ଗୃହ ପରିସରରେ ପାଣି ପଞ୍ଚାୟତର ପକ୍ଷରୁ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଯୋଜନା ବୈଠକ ମାଧ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନା ବାବଦରେ ଅଧିକାରୀ ମାନେ ସ୍ଥାନୀୟ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ତା ସହିତ ଚାଷୀ ମାନେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ ।
ବିର୍ସାମୁଣ୍ଡା ସ୍ମାରକୀ ଗୃହରେ ପାଣି ପଞ୍ଚାୟତର ଯୋଜନା ବୈଠକ !!!

