ଅଖିଳ ଭାରତ ହିନ୍ଦୁ ମହାସଭାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

0
158
Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ବକ୍ସିବଜାର ସ୍ଥିତ ପାନ୍ଥନିବାସ ଠାରେ “ଅଖୁଳ ଭାରତ ହିନ୍ଦୁ ମହାସଭା” ଓଡ଼ିଶା ତରଫରୁ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାର ପ୍ରାରମ୍ଭରେ ଦଳର ଅଧ୍ୟକ୍ଷା ଶ୍ରୀମତୀ ଗୀତା ଚୟନୀ, “ବିଜୁ ଜନତା ଦଳ” ର ରାଜ୍ୟ ସମ୍ପାଦିକା, ଶ୍ରୀମତୀ ସ୍ନିଗ୍ଧା ରାଣୀ ବିଶ୍ବାଳଙ୍କୁ ଦଳୀୟ ସଭ୍ୟଭାବେ ସ୍ଵାଗତ କରିବା ସହ “ଅଞ୍ଛଳ ଭାରତ ହିନ୍ଦୁ ମହାସଭା”, ଓଡ଼ିଶାର ସାଧାରଣ ସମ୍ପାଦକା ଭାବେ ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି । ଶ୍ରୀମତୀ ବିଶ୍ବାଳ ତାଙ୍କର ସମର୍ଥକମାନଙ୍କ ସହ ଯୋଗ ଦେଇଥିଲେ, ସେହିପରି ଜଗତ୍‌ସିଂହପୁର ଜିଲ୍ଲାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବସନ୍ତ ମଞ୍ଜରୀ ଦାସଙ୍କୁ ଜଗତସିଂହପୁର ଜିଲ୍ଲା ଅଧ୍ୟକ୍ଷା ରୂପେ ଦାୟିତ୍ବ ପ୍ରଦାନ କରିବା ସହ ରାଜ୍ୟର ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ମଧ୍ୟକ୍ଷା ଶ୍ରୀମତୀ ଚୟନୀ ଆଶା ପୋଷଣ କରିଛନ୍ତି। “ବୀର ସଭରକର ଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗଦାନ କରିଥିବା ସମସ୍ତ ନୂତନ ସଦସ୍ୟାମାନଙ୍କୁ ଉତରୀୟ ପ୍ରଦାନ କରି ସମ୍ମାନିତ କରିବାସହିତ ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସୁବାସ ଶତପଥ୍ କହିଥିଲେ ଯେ ହିନ୍ଦୁତ୍ବ ବିଚାର ଧାରାକୁ ଗ୍ରହଣ କରୁଥିବା ସମସ୍ତଙ୍କ ପାଇଁ “ହିନ୍ଦୁ ମହାସଭା” ର ଦ୍ବାର ଉନ୍ମୁକ୍ତ ରହିଛି। ରାଜ୍ୟ ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାପାତ୍ର ପ୍ରତି ନିର୍ବାଚନ ମଣ୍ଡଳୀକୁ ୱାଡ ଏବଂ ପଂଚାୟତ ସ୍ତରରୁ କମିଟି ଗଠନ କରିବା ଦିଗରେ ଗୁରୁତ୍ବ ଦେଇଥିଲେ। ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ମିଶ୍ର, ତାଙ୍କ ବିବୃତିରେ କହିଥିଲେ ହିନ୍ଦୁ ଏକିକରଣ, ସନାତନ ଧର୍ମର ସୁରକ୍ଷା “ହିନ୍ଦୁ ସମାଜ” କୁ ସୁରକ୍ଷିତ ରଖୁବ। ରାଜ୍ୟ ଅଧ୍ୟକ୍ଷା ଗୀତା ଚୟନୀ କହିଲେ ସଂପ୍ରତି ସନାତନ ସଂସ୍କୃତି ଓ ସଭ୍ୟତା ସଙ୍କଟମୟ ପରିସ୍ଥିତିରେ, ତେଣୁ ହିନ୍ଦୁ ସମାଜ ସୁସଙ୍ଗଠିତ ନ ହେଲେ ମୌଳିକ ଅସ୍ତିତ୍ଵ ହରାଇ ନିଶ୍ଚିହ୍ନ ହୋଇଯିବ। ଆମେ ସମସ୍ତେ ସଙ୍ଗଠିତ ହୋଇ ହିନ୍ଦୁ ସୁରକ୍ଷା ଦିଗରେ ଅଭିଯାନ ଆରମ୍ଭ କରିବା। ” ହିନ୍ଦୁ ମହାସଭା ଉପଦେଷ୍ଟା ମଣ୍ଡଳୀର ପଦାଧିକାରୀ ଶ୍ରୀଯୁକ୍ତ ନରସିଂହ ମହାପାତ୍ର, ପଣ୍ଡିତ ନାଗୁଚରଣ ଦେବତା, ଶ୍ରୀଯୁକ୍ତ ମୁରଲୀଧର ହୋତା, ଏବଂ ଶ୍ରୀଯୁକ୍ତ ବିମ୍ବାଧର ଶତପଥ ତଥା ହିନ୍ଦୁ ମହାସଭାର ରାଜ୍ୟ ସଂପାଦିକା ଶ୍ରୀମତୀ ସବିତା ପତି, ଶ୍ରୀମତୀ ସ୍ନିଗ୍ଧାରାଣୀ ବିଶ୍ବାଳ ଏବଂ ବସନ୍ତ ସଂଜରୀ ଦାସଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶେଷରେ ରାଜ୍ୟ କାର୍ଯ୍ୟାଳୟ ମନ୍ତ୍ରୀ, ଶ୍ରୀଯୁକ୍ତ ସନ୍ତୋଷ କୁମାର ଲେଙ୍କା ଏବଂ ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶ୍ରୀ ଲିପୁ ଘଡେଇ ନୂତନ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here