ପୁଷ୍କରା ବାୟାକୁ ଅଭିନନ୍ଦନ ଜଣାଇଲେ ଅନନ୍ୟା ପରିବାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡ଼ିଆ ସାହିତ୍ୟରୁ ସିନେମା । ଓଡ଼ିଆ ଘରର ସଂସ୍କୃତି ସହ ନିଚ୍ଛକ ଓଡ଼ିଆ ଘରର କାହାଣୀକୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ପୁଷ୍କରା ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ଦର୍ଶକ ମାନଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିଛି । ସିନେମା ନିର୍ମାତା ମାନଙ୍କୁ ମଧ୍ୟ ନୂତନ ଦିଶା ଦେଖାଇଛି । ଦର୍ଶକଙ୍କ ମତ ଅନୁଯାୟୀ ଅଭିନେତା ସବ୍ୟସାଚୀଙ୍କ ଅଭିନୟ ଶୈଳୀ ଅତି ନିଖୁଣ ହୋଇଥିବା କାରଣରୁ ସିନେମାଟି ତିନି ସପ୍ତାହ ପାଖାପାଖି ବ୍ୟବସାୟିକ ସଫଳତା ପାଇଲାଣି । ଏହି ସଫଳତା ପାଇଁ ନୟାଗଡ଼ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ମାନେ ସବ୍ୟସାଚୀଙ୍କୁ ଭୁବନେଶ୍ୱରରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *