ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଯୌତୁକ ଜନିତ ବଧୁ ହତ୍ୟା ଅଭିଯୋଗ , ସ୍ବାମୀ ଅଟକ । ସମାଜ ଯେତିକି ଆଗାଉଛି, ସମାଜରେ ଘରୋଇ ହିଂସା ସେହି ପରିମାଣରେ ବୃଦ୍ଧି ପାଉଛି । ଯୌତୁକ ଜୁଇ ରେ ପ୍ରତିଦିନ ବହୁ ନୀରିହ ମହିଳା ଜଳି ଜୀବନ ହାରୁଛନ୍ତି । ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ପାଟପୁର ଶାସନ ପଞ୍ଚାୟତ ର ସାନ ନୟାପଲ୍ଲୀ ଗ୍ରାମରେ । ବୋଲଗଡ଼ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସୂଚନା ମୁତାବକ ଗତ ୪ ବର୍ଷ ତଳେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ପଥରଚକଡ଼ା ଗ୍ରାମର ଗୀତାଞ୍ଜଳି ସାହୁଙ୍କର ବୈଦିକ ରିତି ରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ପାଟପୁର ଶାସନ ପଞ୍ଚାୟତ ଅନ୍ତର୍ଗତ ସାନ ନୟାପଲ୍ଲୀ ଗ୍ରାମର ରାଜ କିଶୋର ପଣ୍ଡା ଙ୍କ ବଡ଼ ପୁଅ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ସହିତ ବିବାହ ହୋଇଥିଲା । ବିବାହ ସମୟରେ ଯୌତୁକ ଆକାରରେ ତିନି ଲକ୍ଷ ଟଙ୍କାର ସୁନା ଗହଣା ଓ ଘରକରଣା ଆସବାବପତ୍ର ଦିଆଯାଇଥିଲା । ବିବାହ ର ଦୁଇମାସ ପରେ ସ୍ବାମୀ, ଦିଅର, ଶ୍ବଶୁର, ଶାଶୁ ସମସ୍ତେ ଯୌତୁକ ଆକାରରେ ନଗଦ ଟଙ୍କା ଆଣିବା ପାଇଁ ବୋହୂ ଉପରରେ ଚାପ ପକାଉଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ଯରେ ଆଲୋଚନା କରାଯାଇ ସମାଧାନ ହେଉଥିଲା । ଗତ ଗୁରୁବାର ଦିନ ଶ୍ବଶୁର ଘର ପକ୍ଷରୁ ବାପ ଘରକୁ ଖବର ଦିଆଗଲା କି ତୁମ ଝିଅ ଶୋଇବା ଖଟରୁ ପଡି ଚେତାଶୂନ୍ୟ ହୋଇଛି । ଘଟଣା ସ୍ଥଳକୁ ଗୀତାଞ୍ଜଳି ର ସାନ ଭଉଣୀ ସୀତା ସାହୁ ଓ ତାଙ୍କର ମାତା ତଥା ବନ୍ଧୁବାନ୍ଧବ ଆସି ଦେଖନ୍ତି କି ତାଙ୍କର ଝିଅ ଗୀତା ମରି ପଡିଛନ୍ତି । ମୃତ ଗୀତାଞ୍ଜଳି ଙ୍କ ବେକରେ ରଶି ର ଦାଗ ଲାଗିଥିବା ରୁ , ହତ୍ଯା କରାଯାଇଥିବା ର ସନ୍ଦେହ କରି ସାନ ଭଉଣୀ ସୀତା ବାଙ୍କୋଇ ଫାଣ୍ଡି ରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ବୋଲଗଡ଼ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ବାଙ୍କୋଇ ଫାଣ୍ଡି ଅଧିକାରୀ ସଂଗ୍ରାମ କେଶରୀ ପାଇକରାୟ ପହଞ୍ଚି ଶବକୁ ଜବତ କରି ପଞ୍ଚନାମା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ପଠାଇଥିଲେ । ଗୁରୁବାର ଦିନ ସକାଳେ ଘଟଣାଟି ଘଟିଥିବା ବେଳେ ଶୁକ୍ରବାର ଦିନ ଶବ ପୋଷ୍ଟମଟମ କରାଯାଇ ଶବକୁ ଶ୍ବଶୁର ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଗୀତାଞ୍ଜଳି ଙ୍କ ସାନ ଭଉଣୀ ସୀତା ସାହୁ ଙ୍କ ଏତଲାକୁ ଆଧାର କରି ବୋଲଗଡ଼ ଥାନା କେସ୍ ନଂ ୨୧୧/୨୩ ଦଫା ୪୯୮ (ଏ) , ୩୦୨ , ୩୦୪ (ବି), ୩୪ , ୪ ଡ଼ିପି ଆକ୍ଟ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି । ଏହି ଘଟଣା ରେ ଅଭିଯୁକ୍ତ ଥିବା ସ୍ବାମୀ ପ୍ରଶାନ୍ତ ପଣ୍ଡା ଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଏହାର ଅଧିକ ତଦନ୍ତ ଚାଲୁ ରଖିଛନ୍ତି ।
ଯୌତୁକ ଜନିତ ବଧୁ ହତ୍ୟା : ସ୍ବାମୀ ଅଟକ !!!

