ବନବିଭାଗର ଚଢ଼ାଉ : 35 ସିଫ୍ଟ କାଠ ଜବତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ରୋଡ ବନବିଭାଗ ପକ୍ଷରୁ କଣ୍ଟାଝରିଗଡ଼ ଛକରେ ଚଢ଼ାଉ, 35 ସିଫ୍ଟ କାଠ ଜବତ, ଜଣେ ଗିରଫ ! ଯାଜପୁର ରୋଡ ବନ ବିଭାଗ ପକ୍ଷରୁ କଣ୍ଟାଝରିଗଡ଼ ଛକରେ ଚଢ଼ାଉ କରି 35 ସିଫ୍ଟ କାଠ ଗାଡି ଜବତ କରିଥିବା ସୂଚନା ମିଳିଛି l ସୂଚନା ମୁତାବକ କଟକ ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ରୋଡ ବନ ବିଭାଗ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର କଣ୍ଟାଝରିଗଡ଼ ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ରାସ୍ତା କଡରେ ଟାଟା ଏସି ଗାଡ଼ିରେ କାଠ ରଖିଥିବା ଦେଖି ବନ ବିଭାଗର କର୍ମଚାରୀ ମାନେ ଗିରଫ କରି ନେଇଥିଲେ l ସେପଟେ ବନ ବିଭାଗ ପକ୍ଷରୁ ଆଜି ଏହି ଅଭିଯୁକ୍ତକୁ ଗିରଫ କରିବା ପରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି l ବନ ବିଭାଗ ପକ୍ଷରୁ ଏହି ଚଢ଼ାଉ କରି 35 ସିଫ୍ଟ କାଠ ଜବତ କରିଥିବା ସୂଚନା ମିଳିଛି l ଏହି ଚଢ଼ାଉରେ ଯାଜପୁର ରୋଡ ବନ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ l

Leave a Reply

Your email address will not be published. Required fields are marked *