ନାଚୁଣୀ କଉଡିଖଣି ଛକ ନିକଟରେ ଅଘଟଣ : ଚଳନ୍ତା ଟ୍ରକରେ ଲାଗିଲା ନିଆଁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ କଉଡିଖଣି ଛକ ନିକଟରେ ଆଜି ଭୋର ସମୟରେ ଘଟିଛି ଏକ ଅଘଟଣ ! ଦିଆସିଲ ବୋଝେଇ ହୋଇ ଯାଉଥିବା ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲ୍ଫର । ସୂଚନା ମୁତାବକ ତାମିଲନାଡୁ ରୁ ଜସ୍ମନପୁର ଟାଟା ଅଭିମୁଖେ ଯାଉଥିବା ଏକ ମାଲବାହି ଟ୍ରକରେ ୧୬ ନମ୍ବର ଜାତୀୟ ରାଜପଥ କଉଡିଖଣି ଛକ ନିକଟରେ ହଠାତ୍ ଚଳନ୍ତା ଟ୍ରକରେ କୈାଣସି କାରଣ ବସତ ନିଆଁ ଲାଗିଯାଇଥିଲା । କିନ୍ତୁ ଡ୍ରାଇଭର ତାହା ଜାଣିପାରି ନଥିଲେ ! ନାଚୁଣୀ ଆଉଟ ପୋଷ୍ଟ ନିକଟରେ ଗାଡ଼ିଟି ହତୁ ହୁତୁ ହୋଇ ଯେତେବେଳେ ନିଆଁ ବାହାରିଥିଲା ସେତେବେଳେ ଗାଡ଼ି ଡ୍ରାଇଭର ଜାଣି ପାରିଥିଲେ ଯେ , ଗାଡ଼ି ରୁ ନିଆଁ ବାହାରୁଛି । ସଙ୍ଗେ ସଙ୍ଗେ ଡ୍ରାଇଭର ଛକ ର ରାସ୍ତା ପାର୍ଶ୍ବରେ ଗାଡ଼ି ଟି ରଖିଦେଲେ । ଗାଡ଼ିଟି ର ଆଗ ପଟ ସମ୍ପୂର୍ଣ୍ଣ ଭାବରେ ଜଳି ଯାଇ ନଷ୍ଟ ହୋଇ ଯାଇ ଥିବାର ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *