ମହେନ୍ଦ୍ରଗିରି ବସ୍ତି ଓ ଶ୍ରୀ ସିଦ୍ଧ ମହାବୀର ପୀଠ ଠାରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନବରାତ୍ରି ର ପ୍ରଥମ ଦିବସ ଅବସରରେ ଶାନ୍ତି ନଗର, ଶ୍ରୀ ସିଦ୍ଧ ମହାବୀର ପୀଠ ଠାରେ ପ୍ରାଥମିକ ସଂସ୍କାର କେନ୍ଦ୍ରର ପ୍ରତିନିଧି ପ୍ରମୋଦ ମିଶ୍ର ଏବଂ ମହେନ୍ଦ୍ରଗିରି ପ୍ରାଥମିକ ସଂସ୍କାର କେନ୍ଦ୍ରର ପ୍ରତିନିଧି ତୁଷାର ପାତ୍ର ଲକ୍ଷ୍ମୀ ନଗର ଠାରେ ‘ମହାଳୟା ଅମାବାସ୍ୟା ଏବଂ ନବରାତ୍ରି’ ସମ୍ପର୍କରେ ସେହି ଅଞ୍ଚଳର ଶିଶୁ ମାନଙ୍କୁ ଅବଗତ କରାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବାଳମୁକୁନ୍ଦ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଯୋଗଦେଇ ସହଯୋଗ କରିବା ସହ ମା ଜଗତ ଜନନୀଙ୍କ ନିକଟରେ ଶିଶୁମାନଙ୍କର ସୁରକ୍ଷା ଓ ଅଭିବୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *