ଭିସିଆଇ କମ୍ପାନୀ କାର୍ଯ୍ୟକୁ ନେଇ ଦାନଗଦି ଭବନରେ ଜନ ଶୁଣାଣିରେ କମ୍ପାନୀ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଭିସିଆଇ କମ୍ପାନୀ କାର୍ଯ୍ୟକୁ ନେଇ ଦାନଗଦି ଭବନରେ ଜନ ଶୁଣାଣିରେ କମ୍ପାନୀ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ! କଳିଙ୍ଗନଗର ଠାରେ ଆଉ ଗୋଟିଏ କାରଖାନା ପାଦ ଥାପିବା ପରେ ଦାନଗଦି ଭବନରେ ପରିବେଶ ଜନଶୁଣାଣି ଅନୁଷ୍ଠିତ ହେଉଥିବା ବେଳେ ସ୍ଥାନୀୟ ବାସିନ୍ଦା କାରଖାନା କାର୍ଯ୍ୟକୁ ବିରୋଧ କରିଥିଲେ । ବିରୋଧ କୁ ଦେଖି କାରଖାନା କର୍ତୁପକ୍ଷ ଜନଶୁଣାଣିକୁ ଆସି ନଥିବାରୁ ନିୟମ ଅନୁଯାୟୀ କଲିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଜନଶୁଣାଣି ଟିକୁ ବନ୍ଦ ବା ଅସଫଳ ହୋଇଥିବା ସୂଚନା ଦେଇଛନ୍ତି । ଏଥିସହିତ ଆଞ୍ଚଳିକ ପ୍ରଦୂଷଣ ବିଭାଗର ମୁଖ୍ଯ କହିବା ଅନୁଯାୟୀ ରାଜ୍ଯ ପ୍ରଦୂଷଣ ବିଭାଗର କମିଟି ଯାହା ନିଷ୍ପତ୍ତି ଗ୍ରହଣ କରିବେ ତାହା ଆଗକୁ ଜଣାପଡିବ । ମାତ୍ର ଯାଜପୁର ଜିଲ୍ଲା କଲିଙ୍ଗନଗର ରେ ହେବାକୁ ଥିବା ଭିସିଆଇ କାରଖାନା ବାସ୍ତୁ ପୂଜା କରିସାରିବା ପରେ ଏବେର ସ୍ଥିତି କୁ ନେଇ ଆଗକୁ କଣ କାର୍ଯ୍ୟ ପନ୍ଥା ଅବଲମ୍ବନ କରୁଛନ୍ତି ତାହା ଦେଖିବାକୁ ବାକିରହିଲା । ଭିସିଆଇ ବାର୍ଷିକ ୧ ଲକ୍ଷ ଟନ କ୍ଷମତା ବିଶିଷ୍ଟ ଏକ କୋଲଟାର ପ୍ରକିୟା କରଣ ଗ୍ରୀନ୍ ଫିଲ୍ଡ କାରଖାନା ସ୍ଥାପନ କରିବା ପାଇଁ ସରକାରୀ ମଞ୍ଜୁର ପାଇଛି । ଏହି କାରଖାନା ଟି ୨୨ ଏକର ଜମି ଅଧିଗ୍ରହଣ କରିଛି ଯାହା ମଧ୍ଯ ରେ ୮.୯୦ ଅଣଜଙ୍ଗଲ ଜମି ଥିବା ଦେଖିବାକୁ ମିଲିଛି । ଏହି କାରଖାନା ୨୧୦ କୋଟି ଟଙ୍କା ବିନିଯୋଗ କରି କାରଖାନା ସ୍ଥାପନ କରିବାର ଅଛି । କିନ୍ତୁ ଜନଶୁଣାଣିର ବିରୋଧ ପରେ କାରଖାନାର ଭବିଷ୍ଯତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *