ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତକାଲି ସୁଦ୍ଧା ଦେଶରେ କରୋନା ଆକ୍ଟିଭ କେସ ୨୩୦ ରେ ପହଞ୍ଚିଛି । କ୍ରମଶଃ ଏହାର ମାତ୍ରା ସମ୍ପୂର୍ଣ୍ଣ ଭାବରେ ହ୍ରାସ ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ପାର୍ବଣର ଭିଡ ବଢ଼ି ବଢ଼ି ଚାଲିଛି। ଆଗକୁ ଆସୁଛି ଧନତେରାସ୍, ଦୀପାବଳୀ, ଲକ୍ଷ୍ମୀ ନାରାୟଣ ପୂଜା,ଜଗଦ୍ଧାତ୍ରୀ ପୂଜା,ରାଇ ଦାମୋଦର ପୂଜା, କାର୍ତ୍ତିକ ପୂର୍ଣ୍ଣିମା,ବାଲିଯାତ୍ରା ଭଳି ବହୁ ପୂଜା ପାର୍ବଣ। ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମିବ । ଧୂଳି ଧୁଆଁରେ ପ୍ରଦୂଷିତ ହେବ ରାସ୍ତାଘାଟ। ପାର୍ବଣର ପ୍ରଦୂଷଣ ଓ କୋଭିଡ୍ ମହାମାରୀରୁ ରକ୍ଷା ନିମନ୍ତେ ମାକ୍ସ୍ ଓ ସାନିଟାଇଜର ବ୍ୟବହାରର ନିତ୍ୟାନ୍ତ ଆବଶ୍ୟକତା ରହିଛି। ଏ ସବୁକୁ ଉପଲବ୍ଧ କରି ଯାଜପୁର ଜିଲ୍ଲା ବାବଲ ପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରାଜ୍ୟର ବିଭିନ୍ନ ସ୍ଥାନରେ ମାକ୍ସ, ସାନିଟାଇଜର ବଣ୍ଟନ ସହ ଗରିବ ଓ ଅସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ ସହ ସେବା କାର୍ଯ୍ୟ ଜାରି ରହିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଦିନ ସଂଖ୍ୟା ୧୩୨୧ରୁ ୧୩୨୫ ପର୍ଯ୍ୟନ୍ତ ଅର୍ଥାତ୍ ଗୁରୁବାରରୁ ସୋମବାର ତା ୦୨/୧୧/୨୦୨୩ ରିଖରୁ ତା୦୬/୧୧/୨୦୨୩ରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଅଜୟ ମଲ୍ଲିକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଏହାକୁ ଜାରି ରଖିଛନ୍ତି ।

ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯାଉଥିବା ବେଳେ ୧୩୨୫ ତମ ଦିବସର ୫୩ ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁର ସ୍ଥିତ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଫାଉଣ୍ଡେସନର କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାରଙ୍କ ପରିଚାଳନାରେ ଆୟୋଜିତ ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ସ୍ମୃତିମୟୀ ଜେନା, ତ୍ରିଶା ସେନାପତି, ପୂଜା ଜେନା ଆଦି ଯୋଗଦାନ କରିଥିଲେ। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ଉକ୍ତ ସମୀକ୍ଷା ବୈଠକରେ ଯୋଗଦାନ କରି ସମ୍ପ୍ରତି ଦେଶରେ କରୋନା ଆକ୍ଟିଭ କେଶ୍ ୨୩୦କୁ ଖସିଥିବାର ଦେଖିବାକୁ ମିଳିଛି ଏବଂ ଓଡ଼ିଶାରେ ଚାଲିଥିବା ଆଗାମୀ ପାର୍ବଣର ଭିଡ଼କୁ ଦୃଷ୍ଟିରେ ରଖି ଏହି କୋଭିଡ୍ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ଏକ ତାରିଖ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିଳିମା ମଲ୍ଲିକ, ପୂଜା ରାଣୀ ବେହୁରିଆ, ଶଶିକାନ୍ତ ପଣ୍ଡା ଆଦି ସହଯୋଗ କରିଥିଲେ।

