ସମସ୍ୟା ଘେରରେ ପଞ୍ଚ।ୟାତ ସମିତି କାର୍ଯ୍ୟାଳୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣି ବ୍ଲକ ଟି ସମସ୍ୟା ଘେରରେ ଥିବା ଅଭିଯୋଗ ହେଉଛି । ଏଠାରେ କର୍ମଚାରିଙ୍କ ଦୀର୍ଘ ବର୍ଷ ହେବ ବଦଳି ହୋଇ ନଥିବା ଅଭିଯୋଗ ହେଉଛି । ତା ସହିତ କର୍ମଚାରି ହେଡକ୍ୱାର୍ଟର ରେ ନରହି ଅନ୍ୟତ୍ର ରହୁଛନ୍ତି । ବ୍ଲକ ଟି ଦୁର୍ନୀତି ର ଗନ୍ତାଘର ପାଲଟିଥିବା ଅଭିଯୋଗ ହେଉଛି । ସରକାରଙ୍କର ବିଭିନ୍ନ ଯୋଜନା ରେ ଦୁର୍ନୀତି ହେବା ସହ ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି । ଘଟଣା ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ହେଉନାହିଁ !

Leave a Reply

Your email address will not be published. Required fields are marked *