ପାରଳା ପୌର ପରିଷଦରେ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ପୌର ପରିଷଦରେ ” ବିକାଶର ଧାରା ଓଡ଼ିଶା ସାରା ” କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅଧ୍ୟକ୍ଷା, ପରିଷଦ ବୃନ୍ଦ, SHG ମହିଳା, ସ୍ବଚ୍ଛ ସାଥି, ପ୍ଲାଣ୍ଟ ମ୍ୟାନେଜର, ସ୍ବଚ୍ଛ କର୍ମୀ, କାର୍ଯ୍ୟନିର୍ବାହୀ ଅଧିକାରୀ, କାର୍ଯ୍ୟାଳୟର କର୍ମଚାରୀ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ l ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ, ଜନ କଲ୍ୟାଣକାରୀ ଯୋଜନା ଓ ସହରାଞ୍ଚଳ ବିକାଶ କ୍ଷେତ୍ରରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା l ଏହା ସହିତ ପୁରୀ ଠାରୁ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମରୁ ମାନ୍ୟବର ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉଦବୋଧନ ଏବଂ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ଉପସ୍ଥିତ ଜନସାଧାରଣ ଦେଖିଥିଲେ l ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଯୋଜନା ଗୁଡିକ ବଣ୍ଟନ କରାଯାଇଛି ।

Leave a Reply

Your email address will not be published. Required fields are marked *