କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଧଳାପଥର କଳାପଥର ମୁଖ୍ୟ ରାସ୍ତାରୁ ଖୋର୍ଦ୍ଧା ଆଡକୁ କୋଦୁଅବେରଣୀ ପେଟ୍ରୋଲ ଟାଙ୍କି ରାସ୍ତା ମାତ୍ର ଦୁଇ କିଲୋମିଟର | ଏହି ରାସ୍ତା ଉପରେ ଦୈନନ୍ଦିନ ତିନୋଟି ଜିଲ୍ଲା କଟକ, ଖୋର୍ଦ୍ଧା, ନୟାଗଡର ଲୋକ ନିର୍ଭର କରିଥାନ୍ତି | ବର୍ଷ ବର୍ଷ ଧରି ଉନ୍ନତି ଓ ପ୍ରଶସ୍ତିକରଣ ନାମରେ ରାସ୍ତାକୁ ବାରମ୍ବାର ଭଙ୍ଗାଗଢ଼ା କରି ମରାମତି କରାଯାଉଛି | ଦିନରାତି ରାସ୍ତାରେ ଧୂଳି ଉଡୁଛି | ବାଲି ବୋଝେଇ ହାଇୱା ଯାନ ଗୁଡିକ ଦୁର୍ଘଟଣା ଘଟାଇ ଲୋକଙ୍କ ଜୀବନ ସହିତ ଖେଳୁଥିବା ବେଳେ , ରାସ୍ତା ଗୁଡିକୁ ଖାଲ କରିପକାଉଛନ୍ତି | ପ୍ରଶାସନ ତତରଫରୁ ତାଗିଦ ନାହିଁକି ଚାଲାଣ କାଟିବାର ନାହିଁ | ଖୋଲାଖୋଲି ଦିନସାରା ଜନଗହଳିରେ ଗାଡି ଚଲେଇ ସମ୍ପୂର୍ଣ ପରିବେଶକୁ ନଷ୍ଟ କରୁଛନ୍ତି | ଧୂଳିମୟ ପରିବେଶ ରେ ନୀତି ଯା ଆସ କରୁଥିବା ଭଲ ଲୋକମାନେ ମଧ୍ୟ ରୋଗକୁ ଆମନ୍ତ୍ରଣ କରୁଛନ୍ତି | କାହାର ଏଥିପ୍ରତି ନିଘା ନାହିଁ | ସ୍ଥାନୀୟ ଵ୍ୟବସାୟୀ କି କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଦୁଇ ପଞ୍ଚାୟତ ରାସ୍ତାକୁ ମଧ୍ୟ ପାଣି ସିଞ୍ଚନ କିମ୍ବା ସ୍ଥାୟୀ ପ୍ରତିକାର କରାଯାଉନାହିଁ | ସମସ୍ୟା ଉପରେ ପ୍ରଶାସନ ର ନଜର ପଡିବା ସହିତ ନିର୍ମାଣାଧୀନ ରାସ୍ତା କାମ ଶୀଘ୍ର ସମାପନ ପାଇଁ ଦୁଇ ପଂଚାୟତ ବାସୀଙ୍କ ତରଫରୁ ଅନୁରୋଧ କରାଯାଇଛି |
ଧଳାପଥର କୋଦୁଅବେରଣୀ ପେଟ୍ରୋଲ ଟାଙ୍କି ରାସ୍ତା ରେ ଧୂଳି ଧୂଆଁ ରେ ଅସ୍ତବ୍ୟସ୍ତ ଲୋକେ !!!

