ଅଗ୍ରଣୀ ଶିକ୍ଷାନୁଷ୍ଠାନ ବୀଣାପାଣି ଷ୍ଟଡି ସର୍କଲ ପକ୍ଷରୁ ଗୁରୁ ପବିତ୍ର ମୋହନ ଶିକ୍ଷା ସମ୍ମାନ – ୨୦୨୬ ପ୍ରଦାନ ଓ ଆଲୋଚନା ଚକ୍ର !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ଅଗ୍ରଣୀ ଶିକ୍ଷାନୁଷ୍ଠାନ ବୀଣାପାଣି ଷ୍ଟଡି ସର୍କଲ କୂଳସରିଚୁଆଁ ୪୨ ମୌଜା ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି । ଷ୍ଟଡି ସର୍କଲର ୫୧ ଜଣ ବିଦ୍ୟାର୍ଥୀ ଶିକ୍ଷାଲାଭ କରୁଥିବା ବେଳେ ସମସ୍ତେ ସଫଲତା ଶୀର୍ଷରେ ପହଞ୍ଚି ଶିକ୍ଷାନୁଷ୍ଠାନର ନାମକୁ ଅଗ୍ରସର କରାଇଛନ୍ତି । ସଫଳ ବିଦ୍ୟାର୍ଥୀ ବର୍ଗ ହେଲେ ପ୍ରତ୍ୟୁଷ ଜେନା ୬୦୦ ମୋଟ୍ ମାର୍କରୁ (୫୫୪) ନମ୍ବର ରଖି ଏ – ୧ ଗ୍ରେଡ ରଖି ବାରଙ୍ଗ ବ୍ଲକ ଟପ୍ପର,ସମୃଦ୍ଧି ମହାପାତ୍ର ଏ – ୧ ରଖି ୪୨ ମୌଜା ସ୍ତରୀୟ ତୃତୀୟ ଟପ୍ପର,ଧୃତିଦୀପ ମହାନ୍ତି ଏ – ୧,ଏ – ୨ ଗ୍ରେଡରେ ପ୍ରଜ୍ଞା ପ୍ରିୟଦର୍ଶିନୀ ମୂଳିଆ,ଆଶୁତୋଷ ସାସମଲ, ସ୍ମୃତି ରଞ୍ଜନ ଦଳେଇ, ସାଇସ୍ମୃତି ରାଉଳ,ଇନ୍ଦିରା ପ୍ରିୟଦର୍ଶିନୀ ରାଉତ୍ରା,ପ୍ରୀତିପ୍ରିୟା ଭୋଇ,ବି -୧ ଗ୍ରେଡ ରେ କ୍ରିଷ୍ଣା ସାହୁ,ସାନଭି ଶ୍ରୀୟା ନାୟକ, ସ୍ୱାଭିମାନ ମହାପାତ୍ର,ସିପ୍ରା ବାରିକ , ଅମୀୟ ମୂଳିଆ,ବି -୨ ରେ ୨୦ ଜଣ, ଶତକଡ଼ା ୫୦ ରୁ ଉର୍ଦ୍ଧ ନମ୍ୱର ରେ ୧୪ ଜଣ,ଶତକଡ଼ା ୪୦ ରୁ ଉର୍ଦ୍ଧ ନମ୍ୱର ରେ ୩ ଜଣ ଉତ୍ତୀର୍ଣ୍ଣ ହୋଇଥିବା ନେଇ ଅଧ୍ୟକ୍ଷ ଯୁବ ସମାଜସେବୀ ତଥା ଶିକ୍ଷାବିତ୍ ସତ୍ୟଜିତ ପ୍ରଧାନ (ବୁବୁ ସାର) ପ୍ରକାଶ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ମହତ ଅନନ୍ୟ ଶିକ୍ଷା ନିକେତନ ଦିବଙ୍ଗତ ଗୁରୁ ତଥା ଆଦର୍ଶ ଶିକ୍ଷକ କଳାକାର ପବିତ୍ର ମୋହନ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରି ଦୀର୍ଘ ପାଞ୍ଚ ଦଶନ୍ଧି ହେବ ଶିକ୍ଷାଦାନ ମହସେବାରେ ବ୍ରତୀ ।

Leave a Reply

Your email address will not be published. Required fields are marked *