ଦିବ୍ୟାଙ୍ଗ ପିଲାଙ୍କ ସହିତ ଦୀପାବଳୀ ପାଳିଲେ ପବ୍ଲିକ ରାଇଟ ଆସୋସିଏସନ୍ ସଦସ୍ୟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପବ୍ଲିକ ରାଇଟ ଆସୋସିଏସନ୍ ତରଫରୁ ଆଲୋକ ର ପର୍ବ ଦୀପାବଳୀ କୁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ଯ, ଆସୋସିଏସନ୍ ର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତିର୍ମୟୀ ପଣ୍ଡା ଓ ରାଜ୍ୟ ମହିଳା ଶାଖା ସଭାନେତ୍ରୀ ଶ୍ରୀମତୀ ପଙ୍କଜିନି ବେହୁରା ଙ୍କ ତତ୍ତ୍ଵାବଧାନରେ ଖାରବେଳ ନଗର ବିଗ୍ ବଜାର ନିକଟସ୍ଥ ” ନିଖିଳ ଉତ୍କଳ ଅନ୍ଧ ବଧିର ସେବାଶ୍ରମ ” ରେ ଛୋଟ ଛୋଟ ଦିବ୍ୟାଙ୍ଗ ପିଲା ମାନଙ୍କ ସହ ପାଳନ କରାଯାଇଥିଲା । ଏହି ଦୀପାବଳୀ ପର୍ବ ଙ୍କୁ ଏକ ନିଆରା ଢ଼ଙ୍ଗରେ ପାଳନ କରିବାକୁ ଆସୋସିଏସନ୍ ତରଫରୁ ଦିବ୍ୟାଙ୍ଗ ପିଲା ମାନଙ୍କ ମଧ୍ୟରେ ହସ ଖୁସିର ବାତାବରଣ ସୃଷ୍ଟି କରି ଗୀତ ନାଚ ମାଧ୍ୟମ ରେ ଶୁଖିଲା ଖାଦ୍ୟ, ଫଳ ଆଦି ବଣ୍ଟନ କରି , ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ପ୍ରୟାସ କରା ଯାଇଥିଲା । ଏହି ହୃଦୟସ୍ପର୍ଶୀ କାର୍ଯକ୍ରମ ରେ ଆସୋସିଏସନ୍ ର ସଦସ୍ୟା ତଥା କଲ୍ୟାଣୀ ପବ୍ଲିକ ସ୍କୁଲ ର ପ୍ରତିଷ୍ଠାତ୍ରୀ ଶ୍ରୀମତୀ କଲ୍ୟାଣୀ ବାରିକ, ଆଇନଜୀବୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମର ମଲିକ, ସୁବାସିନି ମହାନ୍ତି, ସିନି ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Leave a Reply

Your email address will not be published. Required fields are marked *