ଜାତୀୟ ପ୍ରେସ ଦିବସ ଅବସରରେ ଚିଲିକା ରିପୋର୍ଟର ଆସୋସିଏସନ ତରଫରୁ ବାଣପୁର ରେ ରକ୍ତଦାନ ଶିବିର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଚିଲିକା ରିପୋର୍ଟରସ ଆସୋସିଏସନ ଓ ସମ୍ବାଦ ଆମ ଓଡିଶା ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ବାଣପୁର ପଲଟଣ ପଡିଆ ସ୍ଥିତ ସହିଦ କୃତିବାସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ ରକ୍ତଦାନ ଶିବିର କୁ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଗୋପୀନାଥ ମହାରଣା, ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ଚିଲିକା ରିପୋର୍ଟରସ ଆସୋସିଏସନ ସଭାପତି ସୁନୀଲ କୁମାର ସୁବୁଦ୍ଧି ଶ୍ରୀ ଜଗନ୍ନାଥ ଙ୍କ ପଟ୍ଟ ଚିତ୍ର ରେ ପୁଷ୍ପ ମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ .ଏହି ଶିବିର ରେ ସମୁଦାୟ ୧୯ ଜଣ ରକ୍ତଦାନ କରିଥିଲେ । ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ତରଫରୁ ଡାକ୍ତର ସୌରଭ ସୁନ୍ଦର ରାୟ ନର୍ସିଙ୍ଗ ଅଫିସର ଝରଣା ରାଣୀ ପାତ୍ର, ଲାବୋରାଟୋରି ଆସିଷ୍ଟାଣ୍ଟ ଅରୁଣ କୁମାର ସାହୁ,ବିଚିସ୍ମିତା ପୁହାଣ ଏବଂ କାଉନସିଲର ଲଷ୍ମୀପ୍ରିୟା ପ୍ରଧାନ ଉପସ୍ଥିତ ରହି ରକ୍ତ ଗ୍ରହଣ କରିଥିଲେ.ରକ୍ତ ଦାତା ଜୀବନ ଦାତା ମାନେ ହେଲେ ରୁପମ କୁମାର ଜେନା, ସୂର୍ଯ୍ୟକାନ୍ତ ମହାପାତ୍ର, ରାଜକିଶୋର ରାଉତ, ସଞ୍ଜୟ ନାୟକ, ପିଣ୍ଟୁ ଦାସ, ଅନ୍ତର୍ଯ୍ୟାମୀ ସୁଆର, ରାକେଶ ସାହୁ, ଅଫରୋଜ ବୁଲଜ଼ାର ଖାଁ, ଅସରାଫ ଗୁଲଜ଼ାର ଖାଁ, ତନ୍ମୟ ରଞ୍ଜନ ଜେନା,, ଅଜ଼ିଜ ଖାଁ, ଜ୍ୟୋତି ପ୍ରକାଶ ସାହୁ, ଆକାଶ ଦାସ, ସନ୍ଦୀପ ପାଢ଼ୀ, ରଜକ ଖାଁ, ମନୀଷା ସୁବୁଦ୍ଧି, ଅମିତାଭ ପଟଯୋଶୀ,ସୁନୀଲ ସୁବୁଦ୍ଧି,ସୌମ୍ୟ ରଞ୍ଜନ ପଳେଇ. ଉକ୍ତ ରକ୍ତଦାନ ଶିବିର କୁ ସମ୍ବାଦ ଆମ ଓଡିଶା ର ସଂଯୋଜଗ ସୁନୀଲ କୁମାର ସୁବୁଦ୍ଧି,ଆସୋସିଏସନ ସମ୍ପାଦକ ଅମିତାଭ ପାଟଯୋଶୀ, ସଦସ୍ୟ ସେକ ମାଇନୁଲ ହକ, ଅନନ୍ତ ବାରିକ,ଦିଲୀପ ସ୍ୱାଇଁ, ସେକ ରୋଶନ, ସନ୍ତୋଷ ମହାନ୍ତି,ରାକେଶ ସାହୁ,ପ୍ରମୁଖ ଶିବିର ପରିଚାଳନା ର ସୁବନ୍ଦୋବସ୍ତ କରିଥିଲେ । ଶିବିର ଶେଷରେ କର୍ମକର୍ତା ମାନେ ବାଣପୁର ସବ ଜେଲ ନିକଟରେ ଥିବା ଲଡୁ କେଶର ବୃଦ୍ଧାଶ୍ରମରେ ଅନ୍ତେବାସୀ ମାନଙ୍କୁ ପାଉରୋଟି ଏବଂ ଫଳ ବଣ୍ଟନ କରି ସେମାନଙ୍କ ଆଶୀର୍ବାଦ ନେଇଥିଲେ ।।

Leave a Reply

Your email address will not be published. Required fields are marked *