ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ସଦର ମହକୂମା ପାରଳାଖେମୁଣ୍ଡି ସ୍ଥିତ ନବଜୀବନ କନ୍ୟା ଶିଶୁ ଗୃହ ରେ ଆଜି ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଶ୍ରୀମତୀ ଇନ୍ଦିରା ଜମାଦାର , ଆକାଂକ୍ଷା ମହିଳା ସଂଗଠନ ର ସଭାନେତ୍ରୀ ଶ୍ରୀମତି ଆଶା ଲତା ପାଣିଗ୍ରାହୀ ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ, ଡଃ କଲ୍ୟାଣୀ ମିଶ୍ର, ଶ୍ରୀମତି ସ୍ନିଗ୍ଧା ମିଶ୍ର, ଶ୍ରୀମତି ଭାଗ୍ୟ ଲକ୍ଷୀ ନାୟକ, ଶ୍ରୀମତି ସୁନୀତା ବେହେରା,ଓ ନବଜୀବନ ଶିଶୁ ଗୃହ ର କେନ୍ଦ୍ର ପରିଚାଳିକା ପ୍ରଭାସିନୀ ଲୀମା ଉପସ୍ଥିତ ରହି ଶିଶୁ ଦିବସ ର ମହତ୍ଵ ଓ ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହରୁ ଙ୍କ ସ୍ମୃତି ଚାରଣ କରିଥିଲେ। ଶିଶୁ ଦିବସ ର ମହତ୍ତ୍ଵ ଓ ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ମୃତି କୁ ନେଇ ଶିଶୁ ମାନଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗିତା, ଗୀତ ଓ ନାଚ ର ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ବିଜୟୀ ହୋଇଥିବା ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସକାଶେ ପୁରସ୍କାର ପ୍ରଦାନ କରାଯିବା ସହିତ ସମସ୍ତ ଅନ୍ତେବାସୀ ଙ୍କୁ ମିଠା ବଣ୍ଟନ କରାଯାଇଥିଲା। ସର୍ବ ଶେଷରେ ଆକାଂକ୍ଷା ମହିଳା ସଂଗଠନ ତରଫରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଗଲା।
ଆକାଂକ୍ଷା ତରଫରୁ ଶିଶୁ ଦିବସ ପାଳିତ !!!

