ବାଦ ବିବାଦ ରୁ ମୁକ୍ତ ହୋଇପାରୁନି , ମୁକ୍ତା ଯୋଜନା !!!

0
295

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା ରେ ସହରାଞ୍ଚଳ ର ରୂପାନ୍ତରିକରଣ ପାଇଁ ବ୍ୟାପକ ରାଶି ଅନୁମୋଦନ କରୁଛନ୍ତି ! ବାଣପୁର ପୌରାଞ୍ଚଳରେ ୨୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ୨୦୦୦ ମହିଳା ମାନଙ୍କୁ ଉକ୍ତ ମୁକ୍ତା ଯୋଜନା ଗୁଡିକ ର ସମ୍ପାଦନା ପାଇଁ ପ୍ରାୟ ୧୦ କୋଟି ଟଙ୍କା ର ଯୋଜନା ର କାର୍ଯ୍ୟାଦେଶ ୨୦୨୪ ଆର୍ଥିକ ବର୍ଷ ସୁଦ୍ଧା ସମାପ୍ତ କରିବା ପାଇଁ ଧାର୍ଯ୍ୟ କାରାଯାଇଛି । ଉକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ର ଆର୍ଥିକ ପ୍ରଗତି ରେ ଗର୍ବ ର ସହ ଭାଗିଦାର ସଙ୍ଗେ ସଙ୍ଗେ ରାଜ୍ୟ ସରକାର ଙ୍କ ସ୍ଲୋଗାନ ମା କୁ ସମ୍ମାନ ଗାଁ କୁ କାମ ର ଯଥାର୍ଥତା ପ୍ରତିପାଦନ କରିଛନ୍ତି । ଏପରି ସ୍ଥଳେ କେତକ ମହିଳା ଗୋଷ୍ଠୀ ଙ୍କୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଧମକ ଚମକ ଦେଇ ଏବଂ ଚାପ ପ୍ରୟୋଗ କରି ଉନ୍ନତି ମୂଳକ କାମରେ ହସ୍ତକ୍ଷେପ କରି ନିଜର ସ୍ୱାର୍ଥ ହାସଲ ପାଇଁ ଉଦ୍ୟମ କରୁଥିବା ର ଦୃଷ୍ଟାନ୍ତ ମିଳିଛି । ଉଦାହରଣ ସ୍ୱରୂପ ବାଣପୁର ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ର ଏକ କାମ ଯାହାକି ବାଣପୁର ପୋଲିସ ଥାନା ଠାରୁ ପୋଷ୍ଟ ଅଫିସ ପର୍ଯ୍ୟନ୍ତ ରାସ୍ତାରେ ଫେଭର ବ୍ଲକ ରାସ୍ତା ପାଇଁ ୯ ଲକ୍ଷ ୧୧ ହଜାର ଟଙ୍କା ର ଏକ କାମ ମା ସନ୍ତୋଷୀ ମହିଳା ସ୍ୱୟ ସହାୟକ ଗୋଷ୍ଠୀ କୁ ଦିଆ ଯାଇଥିବା ବେଳେ ସେମାନେ ଉକ୍ତ ୱାର୍ଡ ର ବାସିନ୍ଦା ଙ୍କ ସହଯୋଗ ନେଇ ସୁନ୍ଦର ଭାବେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଜଣେ ତଥା କଥିତ ସାମ୍ବାଦିକ ଉକ୍ତ କାମକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଙ୍କ ପାଖରେ ମିଥ୍ୟା ଅଭିଯୋଗ କରିଥିଲେ । କାରଣ ଥିଲା ଉକ୍ତ ବ୍ୟକ୍ତି ନିଜର ପାଇଖାନା ଟାଙ୍କି ଟି ରାସ୍ତା ଉପରେ କରିଥିବାରୁ ରାସ୍ତା ସଂକୁଚିତ ହୋଇ ଗମନା ଗମନ ରେ ବାଧା ସୃଷ୍ଟି ହେଉଥିଲା । ଉକ୍ତ ରାସ୍ତା ନିର୍ମାଣ ହେଲେ ଏହାକୁ ଭାଙ୍ଗିବାକୁ ପଡିବ । ଉକ୍ତ ତଥାକଥିତ ସାମ୍ବାଦିକ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କୁ ପ୍ରଭାବିତ କରି ଉକ୍ତ କାମକୁ ବନ୍ଦ କରି ମାପ କରିବା ପାଇଁ ଆଦେଶ ଆଣିଥିଲେ । ବାଣପୁର ଏନଏସି ଏବଂ ତହସିଲ କର୍ତ୍ତୃପକ୍ଷ ଙ୍କ ମିଳିତ ମାପ ଚୁପ ପରେ ଜଣା ପଡିଲା ଯେ ଉକ୍ତ ବ୍ୟକ୍ତି ରାସ୍ତା କୁ ଜବରଦଖଲ କରି ପାଇଖାନା ଟାଙ୍କି ସହ ଘର କରିଛନ୍ତି । ତାଙ୍କ ଚାପରେ ଏନଏସି କର୍ତ୍ତୃପକ୍ଷ ପାଇଖାନା ଟାଙ୍କି କୁ ସୁରକ୍ଷା ଦେବା ପାଇଁ ପ୍ରାୟ ୨୦୦ ମିଟର ରାସ୍ତା କୁ ଫେଭର ବ୍ଲକ ନବିଛାଇ ଛାଡି ଦେଇଛନ୍ତି । ଅନୁସନ୍ଧାନ ରୁ ଜଣା ପଡିଛି ଯେ ପ୍ରଭାବଶାଳୀ ବ୍ୟକ୍ତି ବୋଲାଉ ଥିବା ଏହି ବ୍ୟକ୍ତି ଙ୍କ ବର୍ଜ୍ୟ ପାଣି ରାସ୍ତା ରେ ଯିବାରେ ଅସୁବିଧା ହେବାରୁ ସେହି ବ୍ୟକ୍ତି ଙ୍କ ବାରିପଟ ଠାରୁ ପ୍ରାୟ ୨୦୦ ମିଟର କାମ କାରାଯାଇ ନାହିଁ. ଏ ସମ୍ପର୍କରେ ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠି ଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ କରିବାରେ ସେ କହିଲେ ଉକ୍ତ ଜବରଦଖଲ ସମ୍ପର୍କ ରେ ସେ ଅବଗତ ଅଛନ୍ତି ଏବଂ ଉକ୍ତ ଜବରଦଖଲ ଉଛେଦ ଏନ ଏ ସି କର୍ତ୍ତୃପକ୍ଷ ଙ୍କ ଦ୍ୱାରା କରାଯିବା ଉଚିତ । ବର୍ତମାନ ସାଧାରଣ ରେ ପ୍ରଶ୍ନ ଉଠୁଛି ଯେ କେଉଁ ଚାପ କିମ୍ବା ଧମକ ରେ ଏନ ଏ ସି କର୍ତ୍ତୃପକ୍ଷ ଜନସାଧାରଣ ଙ୍କ ସୁବିଧା କୁ ଜଳାଞ୍ଜଳି ଦେଇ ରାସ୍ତା ନିର୍ମାଣ ବନ୍ଦ ରଖିଛନ୍ତି ।।

LEAVE A REPLY

Please enter your comment!
Please enter your name here