ଆସନ୍ତା କାଲି ଠୁ ଦୁଇଦିନ ଧରି ଚାଲିବ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ !!!

0
1093
Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା ୨୬ ଓ ୨୭ ତାରିଖ ଦୁଇଦିନ ଧରି ଚାଲିବ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ! ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା, ଐତିହ୍ୟ, ବୈଭବ ଓ ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ସମୃଦ୍ଧିଶାଳୀ ସାଂସ୍କୃତିକ ଚେତନା କୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ଆସନ୍ତା କାଲି ରବିବାର ଓ ସୋମବାର ଦୁଇ ଦିନଧରି ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ବାଲୁଗାଁ କଲେଜ କ୍ୟାମ୍ପସ ପରିସରର ରେ ମହାସମାରୋହ ରେ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ମହୋତ୍ସବରେ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ଶିକ୍ଷାବିତ୍ ଓ ଖ୍ୟାତନାମା ସିନେ ତାରକା ମାନେ ଯୋଗଦେବାର ରହିଛି ।

LEAVE A REPLY

Please enter your comment!
Please enter your name here