ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କତଲକଇଠା ପଞ୍ଚାୟତ ଅନ୍ତର୍ଗତ ଯାଜପୁର ଗ୍ରାମର ଜ୍ଞାନ କେନ୍ଦ୍ର ଠାରେ ସେକ୍ଟର ସ୍ତରୀୟ ପୋଷଣ ମାସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଷଣ ସଂଯୋଜକ ଶ୍ରୀମତି ପାୟଲ ଉପସ୍ଥିତ ରହିଥିବା ବେଳେ , କାର୍ଯ୍ୟକ୍ରମର ଲକ୍ଷ୍ୟ ହେଲା ମାଆ ଓ ଶିଶୁ ମୃତ୍ୟୁ ହାର କମାଇବା , କୁପୋଷଣ କୁ ଦୂର କରି ସୁପୋଷଣକୁ ଆଣିବା । ରକ୍ତ ହୀନତା ଦୂରୀକରଣ କରିବା ପାଇଁ ସଚେତନ ଓ ରକ୍ତ ହୀନତା କିପରି ଦୂର କରାଯାଇ ପାରିବ ତା ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରକ୍ତହୀନତାର ପରୀକ୍ଷା କରାଯାଇଥିଲା । କାର୍ଯ୍ୟକ୍ରମକୁ ଜ୍ଞାନ କେନ୍ଦ୍ରର କୁନ୍ଦନ ପ୍ରଧାନ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା, ପ୍ରାଥମିକ ସ୍ୱାସ୍ଥ୍ୟ କର୍ମୀ, ଆଶା, ଶିକ୍ଷୟିତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନେ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ ।