ପ୍ରକାଶିତ ଖବର କୁ ନେଇ ସାମ୍ବାଦିକଙ୍କ ପ୍ରତିବାଦ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଣପୁର ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ର ବାଣପୁର ପୋଲିସ ଥାନା ଠାରୁ ପୋଷ୍ଟ ଅଫିସ ପର୍ଯ୍ୟନ୍ତ ରାସ୍ତାରେ ଫେଭର ବ୍ଲକ ରାସ୍ତା ପାଇଁ ୯ ଲକ୍ଷ ୧୧ ହଜାର ଟଙ୍କା ମଂଜୁର ହେବା ପରେ , ମା ସନ୍ତୋଷୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ କାମ ଦିଆ ଯାଇଥିଲା ! ତେବେ କାମ ବନ୍ଦ ଘଟଣାକୁ ନେଇ ବାଣପୁର ବ୍ଲକ ଅଧ୍ୟକ୍ଷଙ୍କୁ ସ୍ଥାନୀୟ କିଛି ବାସିନ୍ଦା ଲିଖିତ ଅଭିଯୋଗ କରିବା ପରେ ଆୱାଜ ମିଡ଼ିଆ ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଖବର କୁ ପ୍ରସାରଣ ପାଇଁ ପ୍ରଦାନ କରିଥିଲେ ! ଖବର ପ୍ରସାରଣ ପରେ , ହେଡିଙ୍ଗ ରେ ସାମ୍ବାଦିକଙ୍କୁ ଆକ୍ଷେପ ଥିବାରୁ ବାଣପୁର ଅଞ୍ଚଳର ଜନୈକ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟାଳୟକୁ ଫୋନ କରି ପ୍ରତିବାଦ ଜଣାଇଥିଲେ ! ନିର୍ମାଣ କାମକୁ ନେଇ ଆଗରୁ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ମଧ୍ୟ ହୋଇଥିଲା ! ତେବେ ଆମେ ସ୍ପଷ୍ଟ କରିବାକୁ ଚାଁହୁ ଯେ , ଉଦ୍ଦେଶ୍ୟମୂଳକ ଭାବରେ ଖବର ପ୍ରସାରଣ କରି କାହାର ମାନ ସମ୍ମାନ ହାନି କରିବା ଆମର ଲକ୍ଷ୍ୟ ନୂହେଁ ! ଏଡିଟୋରିଆଲ ଟିମ ର ମତାମତ ପରେ ଆମେ ପ୍ରକାଶିତ ଖବର ର ହେଡିଙ୍ଗ ବଦଳାଇବା ସହିତ , ଏହି ପ୍ରତିବାଦ ଖବର ପ୍ରସାରଣ କରୁଅଛୁ !

Leave a Reply

Your email address will not be published. Required fields are marked *