ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘରେ ନୂତନ କରି ଯୋଗ ଦେଇଥିବା ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘରେ ନୂତନ କରି ଯୋଗ ଦେଇଥିବା ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ! ଡିଜିଟାଲ ମିଡ଼ିଆ ରେ କାର୍ଯ୍ୟରତ ପ୍ରତିନିଧି ମାନଙ୍କର ସମ୍ମାନ ସୁରକ୍ଷା ଏବଂ ଅଧିକାର ର ଲଢେଇ ଜାରି ରଖିଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ! ରାଜ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ବହୁ ସଦସ୍ୟ ଯୋଗ ଦେଇଥିଲେ ! ମହାସଂଘ ଅଧ୍ୟକ୍ଷ କେଦାର ମିଶ୍ର ଏବଂ ଉପାଧ୍ୟକ୍ଷ ଆଶୁତୋଷ ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ପରିଚାଳନା କମିଟି ସଦସ୍ୟ ବର୍ଷା ଦାଶ , କାହ୍ନା ନାୟକ , ଅକ୍ଷୟ ଚାନ୍ଦ , ସତ୍ୟବ୍ରତ ଦାଶ , ବସନ୍ତ ପ୍ରଧାନ , ଚଗଲା ବାଘ , ବୁବା ଦାସ , ପ୍ରସନ୍ନ ମହାପାତ୍ର , ବିନାୟକ ବେହେରା , ରଣଜିତ ପରିଡା , ଅଶ୍ରୁମୋଚନ ନାୟକ , ଅଶୋକ ରଣା ପ୍ରମୂଖ ଉପସ୍ଥିତ ରହିଥିଲେ ! ମହାସଂଘରେ ନୂତନ ଭାବରେ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ହାପି କର , ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କୁ ଅଧ୍ୟକ୍ଷ କେଦାର ମିଶ୍ର ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ! ସାଧାରଣ ପରିଷଦ ବୈଠକରେ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଥିଲା !

Leave a Reply

Your email address will not be published. Required fields are marked *