ଶିଶୁ ଚିତ୍ରଶିଳ୍ପୀ : ସୁଶ୍ରୀ ଉତ୍ପର୍ଣ୍ଣା ମିଶ୍ର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆଜିର ଶିଶୁ କାଲିର ନାଗରିକ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚାଚା ନେହେରୁ ଆମ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ “ମରିବାକୁ ଚାହେଁ ମୁଁହି ତୁମରି ଭୂବନେ,ବଞ୍ଚିବାକୁ ଚାହେଁ ମୁଁହି ତୁମରି ଗହଣେ” । ଆଜିର ଶିଶୁ କାଲିର ନାଗରିକ ଆଉ ଦେଶ ରକ୍ଷକ ତେଣୁ ସେହି ମାନଙ୍କ ବିକାଶ ସର୍ବାଦୌ ସ୍ପୃହଣୀୟ । ଶିଶୁ ମାନସିକତା ଆଉ ବୌଦ୍ଧିକ ବିକାଶ,ଶିଶୁ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍ସାହିତ କରିବା,ପ୍ରେରଣା ଦେବା ତଥା ଉପଯୁକ୍ତ ଶିକ୍ଷା ପ୍ରଦାନ ଆଦି ମହତ୍ କାର୍ଯ୍ୟର ଆବଶ୍ୟକତା ରହିଛି କାରଣ ସେହିମାନେ ଆମ ଭବିଷ୍ୟତର ଅନନ୍ୟ ସୃଷ୍ଟି ଓ ସମ୍ଭାବନା । ସେହି ମାନଙ୍କୁ ନେଇ ଆମ ସୃଷ୍ଟି ହେବ ସମ୍ଭାର ଓ ବାସ୍ତବ ।ସେହିଭଳି ଜଣେ ଅନନ୍ୟ ନୃତ୍ୟଶିଳ୍ପୀ,ଚିତ୍ରଶିଳ୍ପୀ,କଣ୍ଠଶିଳ୍ପୀ ଓ ମେଧା ଛାତ୍ରୀ ହେଉଛନ୍ତି ସୁଶ୍ରୀ ଉତ୍ପର୍ଣ୍ଣା ମିଶ୍ର । ପିତା ସଫ୍ଟୱେର ଇଞ୍ଜିନିୟର ଉତ୍ପଳ କୁମାର ମିଶ୍ର,ମାତା ଇଂ.ବାଗ୍ମୀ ରଥଙ୍କ ସୂପୁତ୍ରୀ ୨୦୧୧ ମସିହାରେ ପୁରୀ ରୋଡ, ଭୁବନେଶ୍ବର ଉପକଣ୍ଠ ସିଉଳା ଗ୍ରାମ ପୂରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାରେ ଥିବା ସମୟରେ ସେ ଅର୍ଚିଡ୍ ଇଣ୍ଟରନେସନାଲ ସ୍କୁଲର ଷଷ୍ଠ ଶ୍ରେଣୀରେ ଶିକ୍ଷା ଗ୍ରହଣ କରୁଥିଲେ, ଅଧୁନା ନ୍ୟୁଜିଲାଣ୍ଡର ଅକଲାନ୍ଦ୍ ସହର ସ୍ଥିତ ରେମୁଇରା ଇଣ୍ଟରମିଡିଏଟ ସ୍କୁଲରେ ଶିକ୍ଷା ଲାଭ କରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଦିନୁ ସେ ବିଭିନ୍ନ କ୍ଷେତ୍ରରେ ନିଜର ଆଗ୍ରହ ପ୍ରକାଶ ପୂର୍ବକ ଅନ୍ତର୍ନିହିତ ଗୁଣାବଳୀର ପୂର୍ଣ୍ଣ ବିକାଶ ଦିଗରେ ଦୃଢ଼ ନିଷ୍ଟା ଓ ଇଛା ପ୍ରକଟ କରିଛନ୍ତି । ତାଙ୍କ ପ୍ରଥମ ନୃତ୍ୟ ଗୁରୁମା ସତ୍ୟନଗର ଭୁବନେଶ୍ବର ଅଂଚଳର ଗୋପା ରାଣୀ ମିଶ୍ର ଏବଂ ସଙ୍ଗୀତ ଗୁରୁମା ମୁମ୍ୱାଇ ନିବାସୀ ସୋମା ଭଟ୍ଟାଚାର୍ଯ୍ୟଙ୍କ ଠାରୁ ସେ ଓଡିଶୀ ନୃତ୍ୟ ଓ ସଙ୍ଗୀତ ସଫଳତାର ସହ ଶିକ୍ଷା ଲାଭ କରିବା ସହ ଓଡ଼ିଶା ଓ ମୁମ୍ୱାଇର ବହୁ ପ୍ରତିଷ୍ଠିତ ସ୍କୁଲ ମାନଙ୍କରେ ଓଡିଶୀ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି । ଭୁବନେଶ୍ବର ବହୁ ମଞ୍ଚରେ ତାଙ୍କ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଛି । ତାଙ୍କ ସାଧନାର ଶୀକୃତ ସ୍ଵରୂପ ଅନେକ ସଂଗଠନ ଦ୍ଵାରା ସେ ସମ୍ବର୍ଦ୍ଧିତ ଆଉ ଅନେକ ପ୍ରଶଂସା ଲାଭ କରିଛନ୍ତି । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତା ଯଥା ଚିତ୍ରାଙ୍କନ,ବକ୍ତୃତା,ଅନ୍ ଲାଇନ୍ ପ୍ରୋଗ୍ରାମ, ସଙ୍ଗୀତ ପରିବେଷଣ, ଓଡ଼ିଶୀ ନୃତ୍ୟ ପରିବେଷଣ ଆଦିରେ ଅଂଶ ଗ୍ରହଣ କରି ସଫଳ ହେବା ସହ ବରେଣ୍ୟ ବିଚାରକ ମଣ୍ଡଳୀ ଆଉ ଦର୍ଶକ ମାନଙ୍କ ଖୁବ୍ ପ୍ରଶଂସା ଭାଜନ ହୋଇ ପାରିଛନ୍ତି । ଏତେ କମ ବୟସରୁ ତାଙ୍କ ବହୁମୁଖୀ ପ୍ରତିଭାକୁ ପରିବାର,ସ୍ଥାନୀୟ ବାସିନ୍ଦା ଏଥିସହ ପ୍ରବାସରେ ମଧ୍ୟ ଆଦର କରିବା ସହ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇ ଚାଲିଛନ୍ତି । ଏହି ଶିଶୁ ପ୍ରତିଭାଙ୍କ ସ୍ବପ୍ନ ହେଉ ସଫଳ ସମାଲବ୍ଧ ଆଉ ଶୁଭଙ୍କର ଏବଂ ପ୍ରତିଭାର ପରିଚିତ ସ୍ୱରୂପ ସମାଜରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରନ୍ତୁ ଏତିକି କାମନା ।

Leave a Reply

Your email address will not be published. Required fields are marked *