ବାଲୁଗାଁ ଗାଇପଡ଼ିଆ ଜଙ୍ଗଲ ଅଞ୍ଚଳରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଥାନା ଅନ୍ତର୍ଗତ ଲମ୍ବୋଦରପୁର ଗ୍ରାମ ନିକଟ ଗାଇ ପଡ଼ିଆରେ ଏକ ଜଙ୍ଗଲ ଅଞ୍ଚଳରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ନିକଟସ୍ଥ ନଇକୂଳ କୁ କିଛି ବ୍ୟକ୍ତି ଶୌଚ ହେବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କ ପଚି ଯାଇଥିବା ମୃତ ଦେହ ପଡିଥିବାର ଦେଖିଥିଲେ । ଖବର ପାଇ ବାଲୁଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବଟି ପଚି ସଢ଼ି ଦୁର୍ଗନ୍ଧ ବାହାରୁଥିବାରୁ ଶବଟି ପ୍ରାୟ ୭ / ୮ ଦିନ ତଳର ବୋଲି ଅନୁମାନ କରାଯାଉଛି । ଯୁବତୀ ଜଣଙ୍କର ଘର ବାଲୁଗାଁ ଥାନା ଅନ୍ତର୍ଗତ ଲମ୍ବୋଦରପୁର ଗ୍ରାମର ଦିବଂଗତ ରାଘବ ସିଂଙ୍କ ଝିଅ ବାସନ୍ତୀ ସିଂ ୪୫ ବର୍ଷ ବୋଲି ସୂଚନା ମିଳିଛି । ବାସନ୍ତୀ ସିଂ ପ୍ରାୟ ୧୦ ଦିନ ହେଲା ଘରୁ ନିଖୋଜ ଥିଲେ । ପରିବାରର ସୂଚନା ଅନୁଯାୟୀ ବାସନ୍ତୀ ସିଂ ଦୀର୍ଘ ବର୍ଷ ହେଲା ପାଗଳୀ ପ୍ରାୟ ହୋଇ ଏଣେତେଣେ ବୁଲାବୁଲି କରନ୍ତି । ପାଗଳୀ ବାସନ୍ତୀର କିପରି ଭାବେ ମୃତ୍ୟୁ ଘଟିଛି ତାହା ଏବେ ବି ସନ୍ଦେହ ଘେରରେ । ବାସନ୍ତୀକୁ କିଏ ହତ୍ୟା କରିଛି ନା ବାସନ୍ତୀର ହୃଦଘାତରେ ମୃତ୍ୟୁ ହୋଇଛି । ଏହା ଏବେ ସାଧାରଣେରେ ସନ୍ଦେହ ସୃଷ୍ଟି କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *