ବାଣପୁର ରେ ଡାକ ସେବକ ଙ୍କ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଆହ୍ବାନ କ୍ରମେ ସାରା ଦେଶରେ ଡାକ କର୍ମଚାରୀ ମାନେ ପାଞ୍ଚ ଦଫା ଦାବି କୁ ନେଇ ଧର୍ମଘଟ ତଥା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଥିବା ବେଳେ ସମଗ୍ର ବାଣପୁର ଅଞ୍ଚଳରେ ଏହି ଧର୍ମଘଟ ର ପ୍ରଭାବ ଯୋଗୁଁ ଡାକସେବା ବାଧିତ ହୋଇଛି. ବାଣପୁର ଉପଡାକ ଘର ଅଧୀନରେ ଥିବା ୧୫ ଟି ଗ୍ରାମୀଣ ଡାକ ଘର ଶାଖା ଯଥା ଅନ୍ତରାକିଆରୀ , ବଡସିରେଇପୁର, ,ବାଲେଡ଼ିହ, ଭେଟେଶ୍ୱର, ଦିବ୍ୟାସିଂହପୁର, କୁମାରାଙ୍ଗ,ପୁଞ୍ଜିଆମା ଶାସନ, ପ୍ରତାପ, ଶାଳୀଆଡ୍ୟାମ, ଗୋଦାବରୀଶ ମହାବିଦ୍ୟାଳୟ, ସାହସପୁର, ନରେନ୍ଦ୍ରପୁର, ବଡହନ୍ତୁଆଡ଼,ସାନହନ୍ତୁଆଡ଼, ଭୀମପୁର ର ପ୍ରାୟ ୩୦ ରୁ ଉର୍ଦ୍ଧ କର୍ମଚାରୀ ବାଣପୁର ଉପ ଡାକଘର ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି ।

ବାଣପୁର ଡାକ ସେବକ ସଂଘର ସମ୍ପାଦକ ପଦ୍ମ ଚରଣ ସାହୁ ଓ ଅମିନ ଦଳବେହେରା ଙ୍କ ନେତୃତ୍ୱ ରେ ଶ୍ୱେତପଦ୍ମା ନାୟକ, ରଶ୍ମିତା ସାହୁ, ସସ୍ମିତା ସାହୁ, ଚନ୍ଦ୍ରଶେଖର ପଣ୍ଡା, ଅରୁଣ କୁମାର ପଣ୍ଡିତରାୟ, ଅଚ୍ୟୁତାନନ୍ଦ ମଙ୍ଗରାଜ, ସୁଦର୍ଶନ ଜେନା, ତୃପ୍ତିମୟୀ ତ୍ରିପାଠୀ, ସୁଧୀର ରଣା, ଲଷ୍ମୀଧର ସାହୁ, ଲୋପାମୁଦ୍ରା ପାଣିଗ୍ରାହୀ, ସନ୍ଧ୍ୟାରାଣୀ ମହାରଣା, ସିମରାନ ପ୍ରବୀଣ, ସୁଷମା କହର, ପ୍ରିୟଦର୍ଶିନୀ ସାହୁ, ସସ୍ମିତା ବେହେରା, ଲିଳିବାଳା ସାହୁ, ଗଙ୍ଗାରାମ ଵେବର୍ତା, ସଂଯୁକ୍ତା ସାମନ୍ତରାୟ, ନରେନ୍ଦ୍ର କୁମାର ସାମନ୍ତରାୟ, ପୁରୁଷୋତ୍ତମ କାଣ୍ଡି, ବିଶ୍ୱଜିତ ନାୟକ, ବିଶ୍ୱନାଥ ବାରିକ, ଗାୟତ୍ରୀ ଜେନା, ନନ୍ଦନ ସାହୁ, କର୍ପୁର ନାୟକ ପ୍ରମୁଖ କେନ୍ଦ୍ର ସରକାରଙ୍କ ବାଟମାରଣା ନୀତି ଓ ଡାକ ସେବକ ସଂଘର ୫ଗୋଟି ଦାବି ଯଥା ଦୈନିକ କାର୍ଯ ନିର୍ଘଣ୍ଟ ୮ଘଣ୍ଟା ରହିବା , ପ୍ରତି ୧୨ ବର୍ଷରେ କର୍ମଚାରୀ ମାନଙ୍କର ପଦୋନ୍ନତି , ପେନସନ ଗ୍ରାଚୁଇଟି ଓ ଶେଭିଂଶ ଆଲାଉନ୍ସ ୫ଲକ୍ଷ ଟଙ୍କା ପ୍ରଦାନ , ସ୍ଵାସ୍ଥ୍ୟବୀମା ୫ଲକ୍ଷ ପ୍ରଦାନ ଓ ଟାର୍ଗେଟ ଆଳରେ ଜୁଲୁମ୍ ବନ୍ଦ କରିବା ଆଦି ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ଧାରଣା ରେ ବସିରହି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।।

 

Leave a Reply

Your email address will not be published. Required fields are marked *