ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବାଙ୍କୀ ମାଟିର ଗୌରବ , ଓଡ଼ିଶାର ବରପୁତ୍ର , ବାଗ୍ମୀ , ସାମ୍ବାଦିକତାର ଦ୍ରୋଣାଚାର୍ଯ୍ୟ ପଣ୍ଡିତ ନିଳମଣୀ ବିଦ୍ୟାରତ୍ନଙ୍କ ଜୟନ୍ତୀ ଉତ୍ସବ ପାଳିତ ! ଜନ୍ମମାଟି ବୈଦେଶ୍ଵର ଠାରୁ ଆରମ୍ଭ କରି ରାଜଧାନୀର ଜୟଦେବ ବିହାର ପର୍ଯ୍ୟନ୍ତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ! ଓଡିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦ ର ମିଳିତ ଉଦ୍ୟମରେ ଜୟଦେବ ଭବନରେ ଆୟୋଜିତ ହୋଇଥିଲା ରାଜ୍ୟ ସ୍ତରୀୟ ବିଦ୍ୟାରତ୍ନ ଜୟନ୍ତୀ କାର୍ଯ୍ୟକ୍ରମ ! ପୂର୍ବତନ ମନ୍ତ୍ରୀ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ସମୟରେ , ବାଙ୍କୀ ର ପୂର୍ବତନ ବିଧାୟକ ତଥା ବିଦ୍ୟାରତ୍ନ ସ୍ମୃତି ସଂସଦର ସଭାପତି ପ୍ରଭାତ ତ୍ରିପାଠୀ ସ୍ୱତନ୍ତ୍ର ଅତିଥି ରୂପେ ଉପସ୍ଥିତ ରହିଥିଲେ ! ଉଭୟ ଅତିଥି ପଣ୍ଡିତ ବିଦ୍ୟାରତ୍ନଙ୍କ ଅଲିଭା ଗୁଣାବଳୀର ବିଭିନ୍ନ ଉପାଦେୟ ବର୍ଣ୍ଣନା କରିଥିଲେ ! କାର୍ଯ୍ୟକ୍ରମରେ ସୂଚନା ଲୋକ ସମ୍ପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ , ବରିଷ୍ଠ କବି ଅଶ୍ୱିନୀ ମିଶ୍ର , ଉତ୍କଳ ପ୍ରସଙ୍ଗର ସମ୍ପାଦିକା , ସୁବକ୍ତା ତଥା ଆଲୋଚକ କୃଷ୍ଣ କେଶବ ଷଡ଼ଙ୍ଗୀ ଉପସ୍ଥିତ ରହି ବିଦ୍ୟାରତ୍ନଙ୍କର ବ୍ରିଟିଶ ବିରୋଧରେ ଶାଣିତ ଲେଖା ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଉତ୍କଳ ଗଠନରେ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ! କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସାମ୍ବାଦିକ , ବୁଦ୍ଧିଜୀବୀ ବିଶେଷ କରି ବାଙ୍କୀ ଅଂଚଳର ନିର୍ବାଚିତ ପ୍ରତିନିଧି , ସାମ୍ବାଦିକ , ଆଇନଜୀବୀ ଉପସ୍ଥିତ ରହିଥିଲେ !


