ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ତ ବେ ସରକାରୀ ଶିକ୍ଷା ଅନୁଷ୍ଠାନ ଚିଲିକା ରାଣୀ ଇଂରାଜୀ ମିଡିୟମ ସ୍କୁଲ ପରିସରରୁ ଜଣେ ବଙ୍ଗୀୟ ଯୁବକ ଉକ୍ତ ସ୍କୁଲ ର ଜଣେ ୮ ବର୍ଷର ଛାତ୍ର କୁ ମିକ୍ସଚର ଦେଇ ଚୋରୀ କରୁଥିବାର ସନ୍ଦେହ କରି ଜଣେ ସ୍ଥାନୀୟ ମହିଳା ଓ ବିଦ୍ୟାଳୟ କିଛି କର୍ମଚାରୀ ଦେଖି ସଙ୍ଗେ ସଙ୍ଗେ ପିଲା ଚୋରକୁ କାବୁ କରିବା ସହିତ ବାଲୁଗାଁ ପୋଲିସର ଜିମା ଦେଇଥିଲେ l ସୁଚନା ମୁତାବକ ଚିଲିକା ରାଣୀ ଇଂରାଜୀ ମିଡିୟମ ର ଷ୍ଟାଣ୍ଡାଡ୍ ୧ ର ଛାତ୍ର ରୋଷନ୍ ପ୍ରଧାନଙ୍କ ଘର ବାଣପୁର ସାନହନ୍ତୁ ଆଡ କିନ୍ତୁ ସେ ବାଲୁଗାଁରେ ରହି ପ୍ରତିଦିନ ଚିଲିକା ରାଣୀ ଇଂରାଜୀ ମିଡିୟମ ସ୍କୁଲ କୁ ପଢିବାକୁ ଆସନ୍ତି । ଗୁରୁବାର ଅଭିଭାବକ ପୁଅ ରୋଷନଙ୍କୁ ସ୍କୁଲ କୁ ଛାଡି ଗଲା ପରେ ସ୍କୁଲ ଗେଟ୍ ମୁହଁରେ ଜଣେ ଅଜଣା ଯୁବକ ଛାତ୍ର ଜଣଙ୍କୁ ମିକ୍ସଚର ଖାଇବାକୁ ଦେଇ ରୋଷନକୁ ଟାଣି ନେଉଥିଲା । ଠିକ୍ ଏହି ସମୟରେ ଜଣେ ସ୍ଥାନୀୟ ମହିଳା ଦେଖି ବିଦ୍ୟାଳୟର କର୍ମଚାରୀଙ୍କୁ ଡାକିବାରୁ ପିଲା ଚୋରଟି ଦୌଡ଼ି ଖସି ଯିବାକୁ ବସିଥିବା ବେଳେ ବିଦ୍ୟାଳୟର କର୍ମଚାରୀ ତାକୁ ସଙ୍ଗେ ସଙ୍ଗେ କାବୁ କରିନେଇଥିଲେ। ଏ ସମ୍ପର୍କରେ ବାଲୁଗାଁ ଥାନାରେ ପରିବାର ଓ ବିଦ୍ୟାଳୟ ତରଫରୁ ଲିଖିତ ଅଭିଯୋଗ ପରେ ବାଲୁଗାଁ ପୋଲିସ ପିଲା ଚୋର ଟିକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ପିଲା ଚୋର ଟି ର ଘର ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା ବେଲାଡ଼ି ଗ୍ରାମର ମିହିର ଲାଲ ବାଗେଡି ଙ୍କ ପୁତ୍ର ପ୍ରତାପ ବାଗେଡି (୩୫) ବର୍ଷ ବୋଲି ସୁଚନା ମିଳିଛି। କିନ୍ତୁ ବିଦ୍ୟାଳୟ ପରିସର ମଧ୍ୟରୁ ଛାତ୍ରଟି କୁ ଜଣେ ପିଲା ଚୋର ଦିନ ସମୟରେ ପିଲା ଚୋରୀ କରିବା ବିଦ୍ୟାଳୟର ନିରାପତ୍ତା ସମ୍ପର୍କରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଅଭିଭାବକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।।
ମିକ୍ସଚର ଦେଇ ପିଲା ଚୋରୀ କରୁଥିବା ସମୟରେ ବନ୍ଧା ହେଲା ପିଲା ଚୋର !!!

