ଜେଏମଏଫସି କୋର୍ଟରେ ହାଜର ହେଲା ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଜେଏମଏଫସି କୋର୍ଟରେ ହାଜର ହେଲା ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ! ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଜେଏମଏଫସି କୋର୍ଟରେ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟଦ ଇସାନ ବୁଖାରିକୁ ହାଜର କରାଯାଇଛି । ସୂଚନା ମୁତାବକ ଧର୍ମଶାଳା ଥାନା ନେଉଳପୁର ମିଲତନଗର ଠାରୁ ଜଣେ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କିକୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ । ଭଡା ଘରେ ରହୁଥିବା ସୟଦ ଇସାନ ବୁଖାରିକୁ ଆତଙ୍କି କାର୍ଯ୍ୟକଳାପ ଅଭିଯୋଗରେ ଉଠାଇ ନେଇଥିଲା ଏସଟିଏଫ। ଆର୍ମି ଡାକ୍ତର ପରିଚୟ ଦେଇ ସେ ନେଉଳପୁର ଅଂଚଳରେ ରହି ଆସୁଥିବା ବେଳେ ଏଠାରେ ରହି ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ଥିବା ଏସ ଟି ଏଫ ଜାଣି ପାରି ତାକୁ ଗିରଫ କରିଥିଲା । ତେବେ କୋର୍ଟରେ ଆଜି ହାଜର କରାଯିବା ପରେ ତାକୁ ରଗଡି ଜେଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *