ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ସରକାରଙ୍କ ନୃତନ ଉନ୍ନତ ଅଭିଳାଷ ଓଡ଼ିଶା ନୂଆ – ଓ ଯୋଜନା ଅନୁଯାୟୀ ବୁଧବାର ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ଓ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀ ପ୍ରସାଦ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠାନର ଯୁକ୍ତ ୨ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱଚ୍ଚତା ଓ ସ୍ୱାସ୍ଥ୍ୟ ରକ୍ଷା ବେବସ୍ତା ର ଉନ୍ନତି ସାଧନ ନିମନ୍ତେ ବାଲେଡି ସ୍ଥିତ ଲଡୁକେଶ୍ୱର ବୃଦ୍ଧା ଆଶ୍ରମ ଓ ବାଣପୁର ମଙ୍ଗରାଜ ପୁର ସ୍ଥିତ ବରିଷ୍ଟ ନାଗରିକ ଆବାସ ଠାରେ ସ୍ୱଚ୍ଚତା ଓ ସ୍ୱାସ୍ଥ୍ୟ ରକ୍ଷା ବ୍ୟବସ୍ଥା ସମ୍ପାଦନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ୪୦ ରୁ ଉର୍ଦ୍ଧ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ସ୍ୱଚ୍ଛତା ଅବ ଲମ୍ଭନ ଓ ସ୍ଵାସ୍ଥ୍ୟରକ୍ଷା ର ଯତ୍ନ କିପରି ନେବେ ସେ ଉପରେ ସଚେତନ କରିବା ସହ ସ୍ୱଚ୍ଚତା ଓ ସ୍ୱାସ୍ଥ୍ୟରକ୍ଷା ସରଞ୍ଜାମ ବଣ୍ଟନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ର ନୂଆ -ଓ ନୋଡାଲ ଅଧିକାରୀ ଜୟନ୍ତ କୁମାର ବିହାରୀ ସ୍ୱଚ୍ଚତା ଓ ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥା ଉପରେ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ସଚେତନ ବାର୍ତ୍ତା ଦେବା ସହ ସ୍ୱଚ୍ଚତା ସରଞ୍ଜାମ କୁ କିପରି ବ୍ୟବହାର କରିବେ ସେ ସମ୍ପର୍କ ରେ ଏକ କ୍ଷୁଦ୍ର କବିତା ପଠନ କରି ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମହା ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ରଶ୍ମିତା ମହାରଣା, ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟାନନ୍ଧ ମହାରଣା, ନୂଆ – ଓ ସମାଜ ବିକାଶ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀଯୁକ୍ତ ବାଦଲ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।।
ବାଣପୁର ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା ସରଞ୍ଜାମ ବଣ୍ଟନ !!!

