ବାଲୁଗାଁ ମହାବିଦ୍ୟାଳୟ ରେ ଉଦଯାପିତ ହେଲା ନୂଆ – ଓ କାର୍ଯକ୍ରମ ଅନ୍ତର୍ଗତ ସାମାଜିକ କାର୍ଯ୍ୟାବଳୀ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ରେ ନୂଆ ଓ କାର୍ଯକ୍ରମ ଅନ୍ତର୍ଗତ କାର୍ଯ୍ୟାବଳୀ ବିଭାଗ ରେ ଅନ୍ତର୍ଗତ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ର ଉଦଯାପନ ସମାରୋହ ଓ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଛି। ଡିସେମ୍ବର ମାସ ୧୫ ତାରିଖ ରୁ ଆରମ୍ଭ ହେଇଥିବା ଏହି କାର୍ଯ୍ୟକ୍ରମ ଅଧୀନରେ ପରିବେଶ ସ୍ବଚ୍ଛତା ,ପ୍ଳାଷ୍ଟିକ ମୁକ୍ତ ବାତାବରଣ, ନାରୀ ଶିକ୍ଷା ଓ ଯୌତୁକ ଆନ୍ଦୋଳନ ସହ ବାଲ୍ୟବିବାହ ନିରୁତ୍ସାହ କରଣ , ପକ୍ଷୀ ସୁରକ୍ଷା: ଚିଲିକା ସୁରକ୍ଷା ବାର୍ତ୍ତା ପ୍ରଦାନ, ତମାଖୁ ବିରୋଧୀ ସଚେତନତା ର ଅଭିଯାନ, ସୁସ୍ଥ ଜୀବନ ନିମନ୍ତେ ଯୋଗ ଅଭ୍ୟାସ, ଆଶୁ ଚିକିତ୍ସା ର ପ୍ରଶିକ୍ଷଣ ତଥା ସମାଜ ରୁ ଅନ୍ଧବିଶ୍ୱାସ ଓ କୁ ସଂସ୍କାର ଦୂରୀକରଣ ରେ ଯୁବ ସମାଜ ଭୂମିକା ସଂପର୍କିତ କାର୍ଯ୍ୟକ୍ରମ , ଆଲୋଚନା, ପଥପ୍ରାନ୍ତ ନାଟକ ଓ ପଦଯାତ୍ରା ମାଧ୍ୟମରେ ସ୍ଥାନୀୟ ସହର ରେ ଓ ଗୋଷ୍ଠୀ ରେ ଶିକ୍ଷାର୍ଥୀ ମାନେ ବାର୍ତ୍ତା ପହଞ୍ଚାଛନ୍ତି । ବିଭିନ୍ନ ଦିବସରେ ଗୋଦାବରୀଶ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନନ୍ଦ, ରୋଟାରୀଆନ ରବିନାରାୟଣ ପାତ୍ର, ଧୀରେନ୍ଦ୍ର କୁମାର ପାତ୍ର, ବନାଞ୍ଚଳ ଅଧିକାରୀ ରଶ୍ମିତା ଜେନା , ପୋଲିସ ଅଧିକାରୀ ଜୟପ୍ରକାଶ ପରିଡ଼ା, ସାମାଜିକ କର୍ମୀ ଲକ୍ଷ୍ମୀ ସେଠୀ, ସୁବ୍ରତ ମାନ୍ଧାତା , ଜୟନ୍ତ ଲାଲ ଚୌହାନ, ବାଲୁଙ୍କେଶ୍ବର ଜେନା, ସାମାଜିକ କର୍ମୀ ଅନନ୍ତ ଚରଣ ଖଟେଇ ପ୍ରମୁଖ ପ୍ରତ୍ୟକ୍ଷ ରୂପେ ଅଂଶ ଗ୍ରହଣ କରି ନୂଆ ଓ ର ଉଦେଶ୍ୟ ଓ କାର୍ଯକ୍ରମ କୁ ବ୍ୟାପକ କରାଇଥିଲେ। ଆଜି ର ଉଦଯାପନ ଉତ୍ସବ ରେ ଅଧ୍ୟକ୍ଷା ଡଃ କଳ୍ପନା ଦାସ ଅଧ୍ୟକ୍ଷତା କରିଥିବା ସମୟରେ ଯୁକ୍ତ ଦୁଇ ର ଅଧ୍ୟକ୍ଷା ଡଃ ଜୟନ୍ତୀ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ନେହେରୁ ଯୁବ ପ୍ରକଳ୍ପ ର ରାଜ୍ୟ ସଂଯୋଜକ ଶ୍ରୀ ସୋମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ସମଗ୍ର ଜଗତର ମଙ୍ଗଳ କାମନା ନିମନ୍ତେ ନିଜକୁ ସମର୍ପିତ ହେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ନୋଡାଲ ଅଫିସ ର ଡଃ କୈଳାସ ଚନ୍ଦ୍ର ମହାରଣା ପରାମର୍ଶ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ ର କନଭେନର ଡଃ ଲକ୍ଷ୍ମୀଧର ସୁବୁଦ୍ଧି, ରୀନା ରାଉତ, ଡଃ ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକ ମନସ୍ବିନୀ ପଟ୍ଟନାୟକ, ଅଧ୍ୟାପକ ହିମାଂଶୁ ଦାସ, ଧୋବୀ ଚରଣ ପରିଡା,ଶିବରାମ ସିଂ ,ପ୍ରବୀଣ କୁମାର ଜେନା, ଅଧ୍ୟାପିକା କ୍ରିଷ୍ଣା ସେଠୀ, ଶାଶ୍ଵତୀ ମହାନ୍ତି ପରିଚାଳନା କରିଥଲେ। ବିଭିନ୍ନ ବର୍ଗରେ ଉତ୍କର୍ଷତା ନିମନ୍ତେ ସଂଗ୍ରାମ କେଶରୀ ବେହେରା, ଦେବରାଜ ମହାପାତ୍ର,ଆଲେକ କୁମାର ବେହେରା, ସନ୍ଧ୍ୟାରାଣୀ ବେହେରା,ଜୁନାଲି ସୁର, ଅନିଲ ପ୍ରଧାନ, କିରଣ ବିଶ୍ଵାଳ,ଶିବ ମହାରଣା, ସନ୍ତୋଷ କୁମାର ବାରିକ, ଆଦିତ୍ୟ କୁମାର ବେହେରା ପ୍ରମୁଖ ପୁରସ୍କୃତ ହୋଇଥିଲେ।

 

 

 

Leave a Reply

Your email address will not be published. Required fields are marked *