ପାରାଦ୍ୱୀପ ର ସମସ୍ତ ଗଳି କନ୍ଦିରେ ବୁଲୁଛି ଅର୍ପଣ ରଥ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦ୍ୱୀପ ର ସମସ୍ତ ଗଳି କନ୍ଦିରେ ବୁଲୁଛି ଅର୍ପଣ ରଥ ! ଅଗଣିତ ଓଡିଆ ଙ୍କ ପ୍ରାଣ ପ୍ରିୟ ଠାକୁର ହେଉଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ । ଖାଲି ଓଡ଼ିଶା କାହିଁକି ସାରା ବିଶ୍ୱ ବାସି ଙ୍କ ପାଇଁ ସେ ହେଉଛନ୍ତି ଭକ୍ତି ଓ ବିଶ୍ୱାସ ର ଠାକୁର ! ତାଙ୍କର ଟିକେ ସାନିଧ୍ୟ୍ୟ ଲାଭ କରିବା ପାଇଁ ଜାତି,ଧର୍ମ, ବର୍ଣ ଓ ନିର୍ବିଶେଷରେ କୋଣ ଅନୁକୋଣରୁ ଭକ୍ତ ବର୍ଷ ସାରା ଛୁଟି ଆସନ୍ତି ଶ୍ରୀକ୍ଷେତ୍ର ପୁରୀ କୁ । ଜାନୁଆରୀ ସତର ତାରିଖ ରେ ଲୋକାର୍ପିତ ହେବାକୁ ଥିବା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପାରାଦୀପ ନିର୍ବାଚନ ମଣ୍ଡଳୀରେ ଅର୍ପଣ ରଥ ପରିକ୍ରମା କରୁଛି । ଅର୍ପଣ ରଥ ପାଇଁ ଚଳ ଚଞ୍ଚଳ ହୋଇ ପଡିଛି ଗାଁଠୁ ସହର ! ଘଣ୍ଟ ,ଝାଞ୍ଜ,ମୃଦଙ୍ଗ,ଶଙ୍ଖ,ହୁଳ ହୁଳି କୀର୍ତ୍ତନରେ କମ୍ପୁଛି ଗାଁ ଦାଣ୍ଡ , ଝୁମୁଛନ୍ତି ଲୋକେ ! ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟ ପ୍ରତ୍ୟେକ ବ୍ଲକ ରେ ଅର୍ପଣ ରଥ ପରିକ୍ରମା କରିବା ପାଇଁ ଘୋଷଣା କରାଯାଇଛି ! ତେବେ ଏହି ପରିପ୍ରେକ୍ଷୀରେ ଆଜି ପାରାଦୀପ ସ୍ଥିତ ବାଉରୀଆ ପାଳନ୍ଦା ଟ୍ରେନ ଲାଇନ୍ ପଡା ଅର୍ପଣ ରଥ ପରିକ୍ରମା କରିଥିଲା ! ପରିକ୍ରମାରେ ଯାତ୍ରାରେ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ ବିଶ୍ୱାଳ ଯୋଗ ଦେଇଥିଲେ ଏବଂ ବ୍ଲକ ର ପ୍ରତିନିଧି, ବିଭିନ୍ନ ପଞ୍ଚାୟତ ର ସରପଂଚ ଓ ସମିତି ସଭ୍ୟ ଏବଂ ବହୁ ଜଗନ୍ନାଥ ପ୍ରେମୀ ଭକ୍ତମାନେ ଯୋଗଦେଇ ଅର୍ପଣ ରଥ କୁ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *