ପ୍ରକଳ୍ପ ଅଛି : କିନ୍ତୁ ଲୋକଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି !!!

0
172

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ରାଜ୍ୟରେ ବଢି ଚାଲିଛି ଖରାର ପ୍ରକୋପ , ସେହି ଅନୁପାତରେ ଅନୁଭୂତ ହେଉଛି ଜଳକଷ୍ଟ . ସାଧାରଣ ଲୋକଙ୍କୁ ଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ରାଜ୍ୟ ସରକାର ଖର୍ଚ କରୁଛନ୍ତି କୋଟି କୋଟି ଟଙ୍କା . ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି କାରଣରୁ ଲୋକମାନେ ପାଣି ମୁନ୍ଦେ ପାଇଁ ହେଉଛନ୍ତି ଡହଳ ବିକଳ । ଏପରି ଘଟଣା ସାମନାକୁ ଆସିଛି ବୋଲଗଡ଼ ବ୍ଳକ ଅନ୍ତର୍ଗତ ବଡକୁମ୍ଭାରି ଗ୍ରାମପଞ୍ଚାୟତ ର ମାଣିକପୁର ଅଞ୍ଚଳରୁ . ଗ୍ରାମ ର ଷାଠିଏ ଟି ପରିବାର ପାନୀୟ ଜଳ ପାଇଁ ଗ୍ରାମ୍ୟ ଜଳ ଯୋଜନା ପ୍ରକଳ୍ପ ଉପରେ ନିର୍ଭର କରିଥାନ୍ତି, କିନ୍ତୁ ଏକମାସ ହେବ ଗ୍ରାମ୍ୟ ଜଳ ଯୋଜନା ପ୍ରକଳ୍ପ ଟି ଅଚଳ ହୋଇଯିବା ପରେ ଗ୍ରାମର ଲୋକମାନେ ବହୁ ହଇରାଣ ହେଉଛନ୍ତି . ଫଳରେ ବାଧ୍ୟ ହୋଇ ପୋଖରୀ, ନଳକୂପର ଲୁହାଗୁଣ୍ଡ ମିଶ୍ରିତ ପାଣିକୁ ବ୍ୟବହାର କରୁଛନ୍ତି । ସମସ୍ୟାର ସମାଧାନ ପାଇଁ ବହୁବାର ଦାବୀ କରି ବିଫଳ ହେବା ପରେ ଲୋକେ ଦେଇଛନ୍ତି ଶେଷ ଚେତାବନୀ . ଆଗାମୀ ଏକ ସପ୍ତାହ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକ୍ଷମ ନହେଲେ , ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ମାଣିକପୁର ଗ୍ରାମରେ ହୋଇଥିବା ଭୂତଳ ଜଳ ଯୋଗାଣ ପ୍ରକଳ୍ପ ଟି ଅତି ନିମ୍ନମାନର ହୋଇଥିବା ରୁ ଲୋକ ମାନେ ଏହି ଡହ ଡହ ଖରା ଦିନେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ଆସିଅଛି । ପ୍ରଶାସନ ର ଉଦାସୀନତା ନିମ୍ନମାନର କାର୍ଯ୍ୟ ହେତୁ ଲୋକେ ଯଦି ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି , ତେବେ ଏଠିପ୍ରଶ୍ନ ଉଠୁଛି ସରକାରଙ୍କର ବସୁଧା ଯୋଜନା କାହାପାଇଁ ???

LEAVE A REPLY

Please enter your comment!
Please enter your name here