କାଖରେ ଛୁଆ ଓ ହାତରେ ନିଖୋଜ ସ୍ତ୍ରୀ ର ଫଟୋ ଧରି ଖୋଜୁଛି ବାପ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : କାଖରେ ଛୁଆ ଓ ହାତରେ ନିଖୋଜ ସ୍ତ୍ରୀ ର ଫଟୋ ଧରି ଖୋଜୁଛି ବାପ । ହାତରେ ଦୁଇଟି ଫଟୋ , ପାଖରେ ଅଛନ୍ତି ଦୁଇଟି ଛୋଟିଆ ପିଲା ! ଏ ବଜ଼ାର ରୁ ସେ ବଜ଼ାର , ଅଟୋ ଷ୍ଟାଣ୍ଡ ରୁ ରାସ୍ତା କଡ଼ରେ ଥିବା ପରିବା ଦୋକାନୀ ଙ୍କୁ ନେହୁରା ହୋଇ ପଚାରୁଛନ୍ତି ବାବୁ ଏ ଫଟୋ ଦେଖି କହିଲେ ୟାଙ୍କୁ କୋଉଠି ଦେଖିଛନ୍ତି କି ? ଏ ମୋ ସ୍ତ୍ରୀ , ସାତ ଦିନ ହେଲାଣି କୁଆଡେ ପଳାଇ ଆସିଛି ଆମେ ପାଉନୁ ! ଏହି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ କଡ଼ ରେ ଥିବା ସାତ ଶଙ୍ଖ ବଜ଼ାର, ପଟନାୟକିଆ ଛକ ଉପରେ ! ଯାହାକୁ ଦେଖିଲେ ତାଙ୍କୁ ପଚାରୁଛନ୍ତି ଏହି ବ୍ୟକ୍ତି ଯାହାଙ୍କ ଘର ପୁରୀ ସଦର ବ୍ଲକ ଅମୂରୀ ଗାଁ ବୋଲି ଜଣା ପଡିଛି ! ପୁରୀ ଜିଲ୍ଲା ସଦର ବ୍ଲକ ଅମୂରୀ ଗାଁ ର ପ୍ରଦୀପ୍ତ ମହାପାତ୍ର , ପୁରୀ ସତ୍ୟବାଦୀ ଡ଼ାଙ୍ଗୁରା ଗାଁ ର ବିଶ୍ୱନାଥ ପଣ୍ଡା ଙ୍କ ଝିଅ ସଂଯୁକ୍ତା ମହାପାତ୍ର ଙ୍କୁ ବିବାହ କରିଥିଲେ ! ଉଭୟ ଙ୍କର ଦୁଇଟି ପିଲା ଅଛନ୍ତି ! ବିବାହ ର ସାତ ବର୍ଷ ବିତିଯାଇଛି ! କିଛି ଦିନ ପୂର୍ବରୁ ସଂଯୁକ୍ତା ନିଜର ବାବା ଙ୍କ ଘର ଡାଙ୍ଗୁରା ଗାଁ କୁ ଆସିଥିବା ବେଳେ କୁଆଡେ ପଳାଇ ଯାଇଛନ୍ତି ! ଆଜକୁ ସାତ ଦିନ ହେଲାଣି , ବଜ଼ାର ଘାଟ ରେ ଦୁଇ ପିଲାଙ୍କୁ ସାଙ୍ଗରେ ଧରି ସକାଳ ରୁ ସନ୍ଧ୍ୟା ଖୋଜୁଥିବାର ଦେଖିବାକୁ ମିଳୁଛି ! ଏପଟେ ପୁରୀ ସଦର ଥାନା ଓ ବଳଙ୍ଗା ଥାନାରେ ରେ ଏବିଷୟରେ ଲିଖିତ ଅଭିଯୋଗ କରାଯାଇଛି ବୋଲି ସ୍ୱାମୀ ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *