ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଚେନ୍ନାଇ ରାଧା କମ୍ପାନୀର ମନମାନି । ବିନା କାରଣରେ ୨୩ ଶ୍ରମିକଙ୍କୁ ଛଟେଇ | ଶ୍ରମିକ ମାନେ ହାଉସ କିପିଙ୍ଗ କାର୍ଯ୍ୟରେ ନିୟୋଜିତ ଥିବାବେଳେ , ସେମାନେ ପ୍ରତିଦିନ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟକୁ ସ୍ଵତନ୍ତ୍ର ବସ ଯୋଗେ ଯାଇଥାନ୍ତି | କିନ୍ତୁ ଗତ ୨୦ ତାରିଖରେ ଏହି ୨୩ ଶ୍ରମିକଙ୍କୁ ବସ ଯୋଗେ ନିଆଯାଇ ନଥିବା ବେଳେ ସେମାନଂକୁ କମ୍ପାନୀ କାରଣ ନଥାଇ ଛଟେଇ କରିଥିବା ଓ ଜାଣିଶୁଣି ବସ ବନ୍ଦ କରିଥିବା ସେମାନେ ଅଭିଯୋଗ କରିଛନ୍ତି | ଏନେଇ ପାରାଦୀପ ପୋର୍ଟ ମଜଦୁର ସଂଘ ଏହି ୨୩ ଛଟେଇ ଶ୍ରମିକଙ୍କୁ ନ୍ୟାୟ ଦେବାପାଇଁ ବିଭିନ୍ନ ପ୍ରାଶାସନିକ ସ୍ତରରେ ଆଲୋଚନା କରି ବିଫଳ ହେବା ପରେ ଆସନ୍ତା ୨୪ ତାରିଖରେ ଧାରଣା ଦେବ ବୋଲି ଚେତାବନୀ ଦେଇଛନ୍ତି | ପାରାଦୀପ ରେ ଏଭଳି କାରଣ ନଥାଇ ପ୍ରଥମେ ଶ୍ରମିକଙ୍କୁ ଛଟେଇ କରିବା ଓ ପରବର୍ତ୍ତୀ ଅବସ୍ତାରେ ସେହି ଶ୍ରମିକ ଙ୍କ ଜାଗାରେ ନୂତନ ଶ୍ରମିକ ରଖି ଲକ୍ଷ୍ଯ ଲକ୍ଷ୍ୟ ଟଙ୍କା ରୋଜଗାର କରିବା ଟ୍ରେଡ଼ ଚାଲିଥିବା ବେଳେ ଏହା ବିରୋଧରେ ସଂଗ୍ରାମ ଆରମ୍ଭ କରିବ ବୋଲି ସଂଗଠନ ସଭାପତି ପ୍ରକାଶ ତ୍ରିପାଠୀ ଚେତାବନୀ ଦେଇଛନ୍ତି |
ଚେନ୍ନାଇ ରାଧା କମ୍ପାନୀର ମନମାନି : ବିନା କାରଣରେ ୨୩ ଶ୍ରମିକଙ୍କୁ ଛଟେଇ !!!

