ଈଶାନେଶ୍ୱର ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ତଥା ପରିବେଶ ସୁରକ୍ଷା ଦିଗରେ ଯୁବ ସ୍ବେଛାସେବୀ ମାନଙ୍କୁ ନେଇ କାମ କରୁଥିବା ବାଙ୍କୀର ଅଗ୍ରଣୀ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଆଜି ବାଙ୍କୀ ଅଂଚଳର କନ୍ତପ୍ରହରା ଈଶାନେଶ୍ୱର ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବୁଢ଼ୀ ଠାକୁରାଣୀ ଗ୍ରାମ୍ୟ ରାସ୍ତାରେ ବର, ବଉଳ ଓ ଅଶ୍ୱତଥ ଗଛ ଲଗାଯାଇଥିଲା | ବଟବୃକ୍ଷ ବିଭିନ୍ନ ଦିଗରେ ପରିବେଷ ସନ୍ତୁଳନ କୁ ରକ୍ଷା କରେ ଯଥା ଛାୟା ପ୍ରଦାନ ସହିତ ବିରାଟ ବୃକ୍ଷ ରେ ବିଭିନ୍ନ ପକ୍ଷୀ ଆଶ୍ରୟ ନେଇଥାନ୍ତି ! ବାୟୁ ମଣ୍ଡଳରୁ ଅଙ୍ଗଲକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡେ, ଯାହାଫଳରେ ଗୋଟେ ସୁସ୍ଥ ସମାଜ ଓ ସୁସ୍ଥ ପରିବେଶ ତିଆରି ପାଇଁ ଏହାର ଅବଦାନ ଅବର୍ଣ୍ଣନୀୟ | ଆବାହକ ଅକ୍ଷୟ କୁମାର ସାମଲଙ୍କ ପୌରହିତ୍ୟରେ ପଥଚାରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଗଛ ଏବଂ ପରିବେଶ ସଚେତନ ପ୍ରାଚୀର ପତ୍ର ବଣ୍ଟା ଯାଇଥିଲା | କାର୍ଯ୍ୟକ୍ରମରେ ପଣ୍ଡିତ ମନୋଜ ରାଉତ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ବରିଷ୍ଠ ନାଗରିକ କଂଗ୍ରେସ ରଣା , ସମାଜସେବୀ ମାନ ଭଞ୍ଜନ ଦଳେଇ, ମା ବାଉତୀ ସେବା ସେବା ସଂଗଠନ ର ସଭାପତି ପିଣ୍ଟୁ ପରିଡା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *