ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ – ବାଲୁଗାଁ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମିଳିତ ଆନୁକୂଲ୍ୟରେ ପରାକ୍ରମ ଦିବସ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରାଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ କଳ୍ପନା ଦାସ ଙ୍କ ତତ୍ତ୍ଵାବଧାନରେ ଏନ୍.ଏସ.ଏସ ସ୍ବେଛାସେବୀ ଓ ଏନ୍.ସି.ସି କ୍ୟାଡେଟ ମିଳିତ ଭାବରେ ବାଲୁଗାଁ କଲେଜ ରୋଡ ସ୍ଥିତ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଦ୍ୟାଧର ପାଟ୍ଟଯୋଶୀ ଓ ଅନ୍ୟ ଶିକ୍ଷୟିତ୍ରୀ ସଂଯୁକ୍ତା ରାଣୀ ପଟ୍ଟନାୟକ, ଅରୁଣା ସେନାପତି, ଇତିଶ୍ରୀ ସେଠୀ, ବିଷ୍ଣୁପ୍ରିୟା ବାରିକ ପ୍ରମୁଖ ନେତାଜୀ ଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ ।

ଏହାପରେ ଗାନ୍ଧୀ ଛକ ପର୍ଯ୍ୟନ୍ତ ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଏନ୍.ଏସ.ଏସ କାର୍ଯ୍ୟକ୍ରମ ଅଧିକାରୀ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଓ ରୀନା ରାଉତ, ଏନ୍.ସି.ସି ଅଫିସର ଡଃ ଅକ୍ଷୟ କୁମାର ମିଶ୍ର, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ ସଂଗ୍ରାମ କେଶରୀ ବେହେରା, ଦେବରାଜ ମହାପାତ୍ର, ଅନିଲ ପ୍ରଧାନ କାର୍ତ୍ତିକେଶ୍ଵର ଜେନା, ସଞ୍ଚିତା ନାୟକ ଓ ରଶ୍ମିରେଖା ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।।

