ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ସଅର ସମ୍ପ୍ରଦାୟ କୁ ତଫସିଲଭୁକ୍ତ ଜନଜାତି ତାଲିକା ରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଶ୍ରୀଶ୍ରୀ ନୀଳ ମାଧବ ଆଦିବାସୀ ସଂଘ, ଓଡିଶା ପକ୍ଷରୁ ଖୋର୍ଦ୍ଧା ଗୀତା ଭବନ ପରିସର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି l ଓଡିଶା ର ପ୍ରାୟ 11 ଗୋଟି ଜ଼ିଲ୍ଲା ରେ ବସବାସ କରୁଥିବା ପୁରାତନ ଆଦିମ ଆଦିବାସୀ ସଅର ସମ୍ପ୍ରଦାୟ ଙ୍କୁ ଓଡିଶା ର ଜନଜାତି କ୍ରମାଙ୍କ -59 ରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ସଂଘ ର କର୍ମକର୍ତ୍ତା ଓଡିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,5ଟି ର ଅଧକ୍ଷ ଭି. କେ. ପାଣ୍ଡିଆନ, ଵିଜୁ ଜନତା ଦଳ ର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା,କେନ୍ଦ୍ର ଆଦିବାସୀ ଉନ୍ନୟନ ମନ୍ତ୍ରୀ ଅର୍ଜୁନ ମୁଣ୍ଡା,ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଶ୍ରୀ ନୀଳମାଧବ ଆଦିବାସୀ ସଂଘ ସାଧାରଣ ସମ୍ପାଦକ ବେଲେଶ୍ୱର ପରିଡା, କୋଷାଧକ୍ଷ ଗଙ୍ଗାଧର ମାଝୀ, ନୟାଗଡ ଜ଼ିଲ୍ଲା ସଭାପତି ବିନୋଦ ବିହାରୀ ନାୟକ, ନୟାଗଡ ଜ଼ିଲ୍ଲା ସମ୍ପାଦକ ଜଗନ୍ନାଥ ନାୟକ, ଶ୍ରୀ ଶ୍ରୀ ନୀଳମାଧବ ଆଦିବାସୀ ସଂଘ ଯୁବ ସଭାପତି ରଙ୍କନିଧି ଦେହୁରୀ, ସମ୍ପାଦକ ଯୁବ ସଂଗଠନ ଅତୁଲ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ସଅର ସମ୍ପ୍ରଦାୟ କୁ ତଫସିଲଭୁକ୍ତ ଜନଜାତି ତାଲିକା ରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଓଡିଶା ଓ କେନ୍ଦ୍ର ସରକାର ଙ୍କୁ କୃତଜ୍ଞତା ଜ୍ଞାପନ !!!

