ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସରକାରଙ୍କ ଗୋଟିଏ ମିଶନ, ଓଡିଶା ଲୋକେ ଯିବେ ଦାଦନ l ଏପରି କହି ସରକାରଙ୍କୁ କଟାକ୍ଷ କଲେ ବିଜେପି ମୁଖପାତ୍ର ! ସରକାର ଷଡଯନ୍ତ୍ର କରିଛନ୍ତି ଯେ ଯେଉଁ ଦୁଇଟା ଝୋଟ ବ୍ୟାଗ ଲୋକଙ୍କୁ ଦିଆଯାଉଛି ସେଥିରେ ପ୍ୟାଣ୍ଟ ସାର୍ଟ ପ୍ୟାକିଙ୍ଗ ହେବ, ଯେଉଁ 1000 ଟଙ୍କା ବାଣ୍ଟୁଛନ୍ତି ସେହି ପଇସାରେ ବୋଧେ ଲୋକେ ଟିକେଟ କରି ଦାଦନ ଯିବେ l କାରଣ ଓଡିଶାର ଅର୍ଥ, ବ୍ୟବସାୟ, ଠିକା, ଖଣି ସବୁ ଅଣ ଓଡିଆଙ୍କ ହାତକୁ ଟେକି ଦିଆଯାଉଛି l ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ନେଇ ସମଲେଇ ପ୍ରକଳ୍ପ, ବାଦାମବାଡ଼ି ବସଷ୍ଟାଣ୍ଡ ରୁ ନେଇ ବରମୁଣ୍ଡା ବସଷ୍ଟାଣ୍ଡ ପର୍ଯ୍ୟନ୍ତ, ଓଡ଼ିଶାରେ ଯେତେ ଠିକା କାମ ହେଉଛି ସବୁ ଅଣ ଓଡିଆ ମାନେ କରୁଛନ୍ତି l ଓଡିଶାରେ ଯେତେ ଶିଳ୍ପ ହେଉଛି ସବୁ ଅଣ ଓଡିଆଙ୍କୁ ଟେକି ଦିଆଯାଇଛି l ପ୍ରାକୃତିକ ସମ୍ପତି, ଜମି ସବୁ ଅଣ ଓଡିଆଙ୍କ ହାତକୁ ଟେକି ଦିଆଯାଉଛି l ଓଡିଶା ଲୋକଙ୍କ ଭାଗ୍ୟରେ କେବଳ ଝୋଟ ବ୍ୟାଗ ଆଉ ହଜାରେ ଟଙ୍କା l
ସରକାରଙ୍କ ଗୋଟିଏ ମିଶନ : ଓଡିଶା ଲୋକେ ଯିବେ ଦାଦନ !!!

