ସମ୍ପତ୍ତି ପାଇଁ ବଡ଼ ସଉତୁଣୀକୁ ହତ୍ୟା ଅଭିଯୋଗ : ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମ୍ପତ୍ତି ପାଇଁ ନିଜର ମାନବିକତା ହରାଇଦେଲେ ସାନ ସଉତୁଣୀ ଓ ତାର ଝିଅ । ଘରେ ପରିବାର ଲୋକ ଅନୁପସ୍ଥିତ ଥିବା ସମୟରେ ସଉତୁଣୀ ଙ୍କୁ ଦେଉଥିଲା ମାନସିକ ଓ ଶାରୀରିକ ନିର୍ଯାତନା ! ଏପରିକି ବଡ଼ ସଉତୁଣୀକୁ ମାଡ଼ଦେଇ ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବାପାଇଁ ଶବକୁ ଡୋରିରେ ବାନ୍ଧି ଝୁଲାଇ ଦେଇଥିବା ଅଭିଯୋଗ ହେଉଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଣପୁର ଥାନା ବଡ଼ ହନ୍ତୁଆଡ଼ ମୁସଲିମ ସାହିରେ ! ମେହିଦିନ ମିର୍ଜା ଙ୍କ ପ୍ରଥମ ସ୍ତ୍ରୀ ହାଉଆ ବିବି ଥିବା ସମୟରେ , କିଛି ବର୍ଷ ତଳେ ମହିରୁନ ବିବିଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ମହିରୁନ ସମ୍ପତି ପାଇଁ ଆରମ୍ଭ କରିଥିଲେ ଘରେ କଳହର ତାଣ୍ଡବ ! ସମ୍ପତି ଲୋଭରେ ବଡ଼ ସଉତୁଣୀକୁ ଦେଉଥିଲେ ମ,ମାନସିକ ଓ ଶାରୀରିକ ନିର୍ଯାତନା ! ଏହା ଅସହ୍ୟ ହେବାରେ ନିର୍ଯାତନା ସହି ନପାରି ବାଧ୍ୟହୋଇ ହାଉଆ ବିବି ଭାଇ ମାନଙ୍କୁ ଜଣାଇଥିଲେ ବି ଏହାର ଅନ୍ତ ଘଟି ନଥିଲା । ମଙ୍ଗଳବାର ହଠାତ ହାଉଆ ବିବିଙ୍କର ସାନପୁଅ ଛାତ ଉପର ଘରେ ଦେଖିବାକୁ ପାଇଥିଲା , ନିଜ ମା ର ଝୁଲନ୍ତା ମୃତ ଦେହ । ଏନେଇ ହାଉଆ ବିବିଙ୍କର ଭାଇ ମାନେ ଜାଣିବା ପରେ ଭୁବନେଶ୍ୱର ଯାଦୁପୁରରୁ ଆସି ପହଂଚିଥିଲେ ! ଭଉଣୀର ମୃତ ଶରୀର ତଳେ ପଡି ରହିଛି , ଏବଂ ତାହାର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ବେଳେ ଶୁଖିଲା ରକ୍ତ ଲାଗି ରହିଛି ! ଏପରି ଅବସ୍ଥା ଦେଖିବା ପରେ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସହ ଏହା ଆତ୍ମହତ୍ୟା ନୁହେଁ ତାକୁ ମାରି ଦେଇଛନ୍ତି ଏବଂ ସତ୍ୟ ଘଟଣା ଲୁଚାଇ ତାହାକୁ ଆତ୍ମହତ୍ୟା ର ରୂପ ଦେଉଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ଥାନାରେ ଅଭିଯୋଗ କରିଛନ୍ତି ! ଅଭିଯୋଗ ପାଇ ବାଣପୁର ପୋଲିସ ୧୧୧/୨୪ ରେ ଏକ ମାମଲା ରୁଜୁ କରିବା ସହ ଶବକୁ ଜବତ କରିଛି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ହାଉଆ ବିବିଙ୍କ ମୃତ୍ୟୁ କିପରି ଘଟିଛି ତାହା ସନ୍ଦେହ ଘେରରେ ଥିବାବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *