ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୁଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ -୨୦୨୪ ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଅଧ୍ୟକ୍ଷ ଡାକ୍ତର ମୁର୍ମୁ , ମୁଖ୍ୟ ବକ୍ତା ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା, ବିଶିଷ୍ଟ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା କର୍ମଶାଳାରେ ଯୋଗଦେଇ ସାଂପ୍ରତିକ ସମୟର ଓଡ଼ିଆ ଭାଷା ଓ ସାହିତ୍ୟ ସର୍ଜନା ସ୍ଵୀକୃତି ସମ୍ମାନ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ହେବା ପୂର୍ବରୁ ଏହାର ପୌରାଣିକ, ବ୍ୟାକରଣ ଗତ ଲକ୍ଷଣ ଏବଂ ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ । ଶତାଧିକ ଛାତ୍ର ଛାତ୍ରୀ କର୍ମଶାଳାରେ ଯୋଗଦେଇ ନିଜ ନିଜର ମନ୍ତବ୍ୟ ରଖିଥିଲେ । ପ୍ରତିଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରି ଯୁଗେ ଯୁଗେ ଓଡ଼ିଆ ଅସ୍ମିତା କୁ ବଜାୟ ରଖିବାକୁ କହିଥିଲେ । ଶେଷରେ ପ୍ରଦୀପ କୁମାର ଜେନା ଧନ୍ୟବାଦ ଦେଇଥିଲେ ।
ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଜପତି ଆନୁକୁଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ – ୨୦୨୪ !!!

